Home ଜିଲ୍ଲା ପରିକ୍ରମା ଦମକଳ କେନ୍ଦ୍ରରେ ମିଳିତ ବନମହୋତ୍ôସବ

ଦମକଳ କେନ୍ଦ୍ରରେ ମିଳିତ ବନମହୋତ୍ôସବ

29

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଦମକଳକେନ୍ଦ୍ର ପରିସରରେ ବନମହୋତ୍ôସବ ଉତ୍ସବ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ପାଳିତ ହୋଇଯାଇଛି । ଦମକଳକେନ୍ଦ୍ର ପରିସରରୁ ବାତ୍ୟା ‘ୟାଶ’ରେ ବହୁ ଗଛ ନଷ୍ଟ ହୋଇଯାଇଥିଲା । ଏହାକୁ ଭରଣା କରିବା ପାଇଁ ଚଳିତ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ପଣସ, ଲିଚୁ, ଦେବଦାରୁ, ଅର୍ଜ୍ଜୁନ, ଶିଶୁ, ମେହଗାନି, ନିମ୍ବ, କଦମ୍ନ, ଅଁଳା, ଜାମୁ ଆଦି ଚାରାଗଛ କେନ୍ଦ୍ର ପରିସରରେ ରୋପଣ କରାଯାଇଥିଲା । ଧାମନଗର ବନଖଣ୍ଡ ରେଞ୍ଜର କୁଶ ଚରଣ ସିଂ, ଧାମନଗର ବନପାଳ ରାଜକିଶୋର ନାୟକ, ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ସିଂ, ଲିପିକା ପ୍ରିୟଦର୍ଶନୀ ଦାସ, ଫରେଷ୍ଟ ବଳ ଦିଲ୍ଲିପ ସାହୁ ପ୍ରମୁଖ ଏହି ଉତ୍ôସବରେ ଯୋଗଦେଇଥିଲେ । ସ୍ଥାନୀୟ ମୁଖ୍ୟ ଆଗ୍ନିକ ଶ୍ୟାମସୁନ୍ଦର ସେଠୀଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ବିକ୍ରମ ସାହୁ, ବାସୁଦେବ ବିଶ୍ୱାଳ, ଦିପକ ମହାପାତ୍ର, ମୈତ୍ରୀରଞ୍ଜନ ପଣ୍ଡା, ବଳରାମ ମାଝୀ, କୌସିକ ସାମନ୍ତ, ଚାଳକ ଜାହିରଅଲ୍ଲୀ ଖାଁ ଓ ଅର୍ଜ୍ଜୁନ ବେହେରା ପ୍ରମୁଖ ଚାରା ରୋପଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.