Home ଓଡ଼ିଶା ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ବୋଲବମ୍ ଭକ୍ତ

ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ବୋଲବମ୍ ଭକ୍ତ

39

ପୁରୀ ୨୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ଜଣେ ବୋଲବମ୍ ଭକ୍ତ। କରୋନା ମହାମାରୀର ବିନାଶ ପାଇଁ ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି କଟକର ବୋଲବମ୍ ଭକ୍ତ ରବିନ୍ଦ୍ର ସିଂ।‌ ଆଜି ସକାଳୁ ରବିନ୍ଦ୍ର ତାଙ୍କର ୬ ଜଣ ସହଯୋଗୀଙ୍କ ସହ ଚନ୍ଦନପୁର ଠାରୁ ଦଣ୍ଡ ପ୍ରଣାମ କରି ପୁରୀ ଆସିଥିବା ଦେଖିବାକୁ ମିଳିଛି। ଦୀର୍ଘ ୭ ବର୍ଷ ଧରି ରବିନ୍ଦ୍ର ଦଣ୍ଡ ପ୍ରଣାମ କରି ପୁରୀ ଆସୁଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପୁରୀ ଆସି ପାରିନଥିଲେ। ତେବେ କୈାଣସି ମାନସିକ ନୁହେଁ ବରଂ ରାଜ୍ୟ ବାସୀଙ୍କ ସୁସ୍ଥତା କାମନା କରି ସେ ପ୍ରତିବର୍ଷ ଦଣ୍ଡ ପ୍ରଣାମ କରି ପ୍ରଭୁ ଶ୍ରୀ ଲୋକନାଥ ମନ୍ଦିରକୁ ଆସୁଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.