ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ସରସ୍ୱତୀ ଶିଶୁମନ୍ଦିର ପରିସରରେ ବିବେକାନନ୍ଦ ଯୁବ ସଂସଦ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଯୁବ ଦକ୍ଷତା ବିକାଶ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ସଂସଦର ଜିଲ୍ଲା ଉପସଭାପତି ଅଧ୍ୟାପକ ଚିନ୍ତାମଣି ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ ଯାଜପୁର ଶାଖା ପରିଚାଳକ ଡ. ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି, ରେଭେନସା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ. ଦେବୀଲାଲ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ବର୍ଗଙ୍କ ବୃତ୍ତି, ଚରିତ୍ର ଗଠନ, ଆତମନିର୍ଭରଶୀଳ ମନୋବୃତ୍ତି, ସରକାରୀ ପ୍ରେତ୍ସାହନ ସମ୍ପର୍କରେ ଯୁବକ ଯୁବତୀମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟାପକ ବନମାଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ନାଆମୀ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ଜେନା ମୁଖ୍ୟଅତିଥି, ରାଜ୍ୟ ପୁରସ୍କୃତ ବିଜ୍ଞାନଶିକ୍ଷକ ଡ. ଆଶୁତୋଷ ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବବର୍ଗଙ୍କୁ ନିଶା ରାକ୍ଷସ କବଳରୁ ମୁକ୍ତ ରଖିବା ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ଜେନା ସଂଯୋଜନା କରିôତବା ବେଳେ ଅଧ୍ୟାପକ ବିନାୟକ ଘୋଷ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ୧୩୬ଜଣ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଜେନା, ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ପଦ୍ମଲୋଚନ ଦାସ, ଅଧ୍ୟାପକ ଅକ୍ଷୟ ଜେନା, ବିଭୁକଲ୍ୟାଣୀ ବାରିକ, ବିଜୟ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଲଶଇ, ସଂଯୁକ୍ତା ନାୟକ, ସୁମିତ ପଣ୍ଡା, ବିପିନ କୁଅଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।