Home Top News ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

28

ଭୁବନେଶ୍ୱର, ୦୭.୦୬ (ଓଡ଼ିଆ ପୁଅ) – ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିନଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବାକୁ ଯାଉଛି। ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି। ଆସନ୍ତା କାଲି ଅର୍ଥାତ ଜୁନ ୮ ତାରିଖରେ ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ତଥା ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.