Home ଜିଲ୍ଲା ପରିକ୍ରମା ଥାନାରେ ଥାର୍ଡ ଡିଗ୍ରୀ, ଗୁରୁତର ଭାବେ ଜେଲ ପଠାଇବା ନେଇ ପତ୍ନୀଙ୍କ ଅଭିଯୋଗ

ଥାନାରେ ଥାର୍ଡ ଡିଗ୍ରୀ, ଗୁରୁତର ଭାବେ ଜେଲ ପଠାଇବା ନେଇ ପତ୍ନୀଙ୍କ ଅଭିଯୋଗ

45

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ସ୍ତ୍ରୀ ଝଗଡାକୁ ସମାଧାନ କରିବାକୁ ଯାଇ ଜନୈକା ସାଧା ପୋଷାକଧାରୀ ମହିଳା କନେଷ୍ଟବଳ ସେମାନଙ୍କ ଠାରୁ ଧକ୍କା ଖାଇବା ପରେ ପିସିଆର ଭ୍ୟାନ୍‌କୁ ଡାକି ମାଡ ମାରିବା ଘଟଣା ଏବେ ଭିନ୍ନ ମୋଡ ନେଇଛି। ବିଶେଷକରି ପିସିଆର ଭ୍ୟାନ୍ ଆସିବା ପରେ ସଂପୃକ୍ତ ସାଧା ପୋଷାକଧାରୀ ମହିଳା କନେଷ୍ଟବଳ ଉଭୟ ପତି-ପତ୍ନୀଙ୍କୁ ମାଡ ମାରିବା ପରେ ପତିଙ୍କୁ ଥାନାକୁ ନେଇ ଥାର୍ଡ ଡିଗ୍ରୀ ଦେବା ପ୍ରସଙ୍ଗ ପତ୍ନୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଥାର୍ଡ ଡିଗ୍ରୀ ଦେବା ପରେ ଗୁରୁତର ଯୁବକଙ୍କୁ ତରବରିଆ ଭାବେ ମେଡିକାଲ ଆଣି ରାତାରାତି କୋର୍ଟ ଚାଲାଣ କରିବା ଘଟଣା ପୁଲିସ୍‌ର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ ଭଦ୍ରକ ସହରାଂଚଳ ଥାନା ଅଧୀନ ମୋଟେଲ ଛକ ନିକଟ ରେ ଜୀବନ ଜେନା ମଦ୍ୟପ ଅବସ୍ଥା ରେ ସ୍ତ୍ରୀ ସହ ଝଗଡା କରୁଥିବାବେଳେ ଜଣେ ସାଧା ପୋଷାକ ଧାରୀ ମହିଳା କନେଷ୍ଟବଳ ସେମାନଙ୍କୁ ରୋକିଥିଲେ। ମାତ୍ର ମଦ୍ୟପ ଜୀବନ ତାଙ୍କୁ ଧକ୍କା ମାରିବାରୁ ସେ ତାକୁ ମାଡ ମାରି ସହରାଂଚଳ ଥାନା ପିସିଆର ଭ୍ୟାନ୍‌କୁ ଖବର ଦେଇଥିଲେ। ପିସିଆର ଭ୍ୟାନ୍ ପହଂଚିବା ପରେ ପୁଲିସ୍ ଉପସ୍ଥିତିରେ ମହିଳା କନେଷ୍ଟବଳ ଜଣକ ଜୀବନଙ୍କୁ ପୁନର୍ବାର ମାଡ ମାରିବାରୁ ତାଙ୍କ ପତ୍ନୀ ପ୍ରତିବାଦ କରିଥିଲେ। ଏହି ଘଟଣାରେ ସାଧା ପୋଷାକଧାରୀ ମହିଳା କନେଷ୍ଟବଳ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ ମାରିବା ପରେ ପୁଲିସ୍ ଜୀବନକୁ ସହରାଂଚଳ ଥାନାକୁ ନେଇଯାଇଥିଲେ। ପରବର୍ତୀ ସମୟରେ ତାଙ୍କ ପତ୍ନୀ ରୁବିନା ନାୟକ ଜୀବନକୁ ଥାନାରେ ଦେଖା କରିବାକୁ ଯାଇ ସେ ପୁଲିସ୍ ଦ୍ୱାରା ଥାର୍ଡ ଡିଗ୍ରୀର ଶରବ୍ୟ ହୋଇଥିବାର ଜାଣିଥିଲେ। ତେବେ ପୋଲିସ ଜୀବନ ଙ୍କୁ ଥାନା କୁ ଆଣିଥିବା ବେଳେ ପର ଦିନ ଭଦ୍ରକ ମେଡିକାଲ ରେ ଭର୍ତି କରିଥିଲା । ତାଙ୍କ ସମ୍ପର୍କୀୟ ମାନେ ମେଡିକାଲ ରେ ଜୀବନ ଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଦେହ ସାରା ମାଡ ଚିହ୍ନ ଥିବା ଦେଖିଥିଲେ । ଜୀବନ ରୁବିନାଙ୍କୁ ଦେଇଥିବା ବୟାନ ମୂଳେ ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀ ଥାନାଧିକାରୀଙ୍କ କକ୍ଷରେ ଲାଗିଥିବା ସିସିଟିଭି କ୍ୟାମେରା ବନ୍ଦ କରି ଅନ୍ୟ ୮ ଜଣ ପୁଲିସ୍ କର୍ମଚାରୀଙ୍କ ଦ୍ୱାରା ପ୍ରବଳ ମାଡ ମାରି ଗୁରୁତର କରିଦେଇଥିଲେ। ପରେ ତାଙ୍କୁ ମେଡିକାଲ ନେଇ ରାତାରାତି କୋର୍ଟ ଚାଲାଣ ପରେ ଜେଲ୍‌କୁ ପଠାଇଦେଇଛନ୍ତି। ରୁବିନାଙ୍କ ଅଭିଯୋଗ ମୂଳେ ପୁଲିସ୍ ତାଙ୍କ ପତିଙ୍କୁ ଗୁରୁତର କରିବା ପରେ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ପରିବର୍ତେ କୋର୍ଟ ଚାଲାଣ କରିଥିଲେ। ପରେ ସେ ଏ ବିଷୟରେ ଅଭିଯୋଗ କରିବାରୁ ଡାକ୍ତରଙ୍କ ଦ୍ୱାରା କୌଣସି ଔଷଧ ନଦେଇ ଅତ୍ୟନ୍ତ ଅମାନବୀୟ ଭାବେ ଜେଲ୍ ହାଜତକୁ ପଠାଇଛନ୍ତି। ଯାହାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ପରେ ତରବରିଆ ଭାବେ ଭଦ୍ରକ ସହରାଂଚଳ ପୋଲିସ ଜୀବନ ଙ୍କୁ ତରବରିଆ ଭାବେ ମେଡିକାଲ ରୁ ରାତି ଅଧ୍ ରେ କୋର୍ଟ ଚାଲାଣ କରିଛି । ଜୀବନ ଙ୍କ ସ୍ତ୍ରୀ ପୋଲିସ ଷ୍ଟେସନ ରେ ସ୍ୱାମୀ ଙ୍କୁ ଥର୍ଡ ଡିଗ୍ରୀ ଦେବା ନେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.