Home ଜିଲ୍ଲା ପରିକ୍ରମା ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା, ପୋଲିସ୍ ଓ ଜନତାଙ୍କ ସମ୍ପର୍କ ମଧୁର ନେଇ ମତ

ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା, ପୋଲିସ୍ ଓ ଜନତାଙ୍କ ସମ୍ପର୍କ ମଧୁର ନେଇ ମତ

52

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି ଚଳିତମାସ ୩୧ ତାରିଖରେ ଅବସର ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ଆଜିି ସାମ୍ବାଦିକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଂଚଳର ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତ ବିଶେଷ ଶ୍ରୀ ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବି.ଟି.ପୁର ସ୍ଥିତ ଇଲେଭେନ୍ ଷ୍ଟାର କ୍ଲବ୍ ପରିସରରେ ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଯୋଗ ଦେଇ କହିଲେ ସାଧାରଣତଃ ପୋଲିସ୍ ଓ ସାମ୍ବାଦିକଙ୍କ ମଧ୍ୟରେ ତିକ୍ତ ଓ ମଧୁର ସମ୍ପର୍କ ଥାଏ ,ମାତ୍ର ଶ୍ରୀ ପତିଙ୍କ ସ୍ୱଳ୍ପ ସମୟ କାର୍ଯ୍ୟକାଳ ବିଭିନ୍ନ ବର୍ଗର ଲୋକଙ୍କୁ ଆପଣାର ଲରିପାରିଛି ବୋଲି ସେ କହିଥିଲେ । ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ,ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ ପ୍ରମୁଖ ଯୋଗ ଦେଇ ପୋଲିସ୍ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ମଧୁର ରହିଲେ ଭୟ ଦୂର ହେବା ସହ ଥାନାକୁ ଆସୁଥୁବା ଲୋକେ ତ୍ୱରିତ ନ୍ୟାୟ ପାଇ ପାରିବେ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଦାସ, ଗୋଲକ ପୃଷ୍ଟି, ଉମାକାନ୍ତ ଭୋଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ପତି ବରପୁତ୍ରଙ୍କ ମାଟିରେ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତି ହେବା ଏବଂ ଲୋକମାନଙ୍କର ଭଲ ପାଇବାକୁ ଶେଷ ସମୟ ପର୍ଯ୍ୟନ୍ତ ଭୁଲି ପାରିବେ ନାହିଁ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ପତିଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ଉତରୀୟ, ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସୁରକ୍ଷାମଂଚ , ସ୍ତମ୍ଭକାର ସୁବୋଧ କୁମାର ସାହୁ, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି, ଶାନ୍ତିଲତା କର, ଅଧ୍ୟାପିକା ପ୍ରତିମା ସାହୁ, ବରିଷ୍ଠ ନାଗରିକ ଗୋଲକ ପୃଷ୍ଟି, ମଦନମୋହନ ଦାଶ,ଉମାକାନ୍ତ ଭୋଳ, ସାମାଜିକ କର୍ମୀ ଗୋପାଳକୃଷ୍ଣ ଦାଶ, ମଦନମୋହନ କଟୁଆଳ, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ, ଗୌତମ ନାୟକ, ନାରୀନେତ୍ରୀ ସାବିତ୍ରୀ ସାହୁ, ସଂଯୁକ୍ତା ପଣ୍ଡା, ଫଟୋଚିତ୍ରଶିଳ୍ପୀ ନମିତା ବେହେରା ପ୍ରମୁଖ ଶ୍ରୀ ପତିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । କୁନିନୃତ୍ୟ ଶିଳ୍ପୀ ହରପ୍ରିୟା ବେହେରା ଓ କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ଶ୍ରୀ ପତିଙ୍କ ସହଧର୍ମିଣୀ ସମାଜସେବିକା ଭାରତୀ ପତି ପୁରସ୍କୃତ କରି ଏ ମାଟିରେ ଭାତୃତ୍ୱ ଭାବ ଭରି ରହିଛି ବୋଲି କହିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ଜିତେନ୍ଦ୍ର କୁମାର ଶତପଥି ଅତିଥି ପରିଚୟ, ପ୍ରଦୁମ୍ନ୍ୟ ପୁହାଣ ସ୍ୱାଗତ ଭାଷଣ ଓ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ବାବୁରାମ ବେହେରା, ଶ୍ୟାମସୁନ୍ଦର ଦାସ, ଜଗନ୍ନାଥ ପଳତା, ହରିହର ନାୟକଙ୍କ ସମେତ ରଞ୍ଜନ କୁମାର ଦାସ, ସୁଭେନ୍ଦୁ ଶେଖର ବେହେରା, ଅଶୋକ ମହାନ୍ତି, ପିତାମ୍ବର ପତି, ସଦାନନ୍ଦ ମୁଦୁଲି, ସୁକାନ୍ତି ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.