Home ଜିଲ୍ଲା ପରିକ୍ରମା ତ୍ୟାଗଭୂମି ୨୦୨୫ ପାଇଁ ଚୂଡାନ୍ତ ବୈଠକ

ତ୍ୟାଗଭୂମି ୨୦୨୫ ପାଇଁ ଚୂଡାନ୍ତ ବୈଠକ

7

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ମାସ ୨ ତାରିଖ ଯାଏ ତ୍ୟାଗଭୂମି ମହୋତ୍ସବ ୨୦୨୫ ମଠ ସାହି ଗୋପାଳ ଜୀଉ ପଡିଆରେ ୯ ଦିନ ବ୍ୟାପି ଅନୁଷ୍ଠିତ ହେବ। ଆଜି ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏଥିପାଇଁ ଏକ ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଆଜିର ଏହି ବୈଠକରେ ୫୦ ଜଣରୁ ଉର୍ଦ୍ଧ ତ୍ୟାଗଭୂମି ପରିବାରର ସଦସ୍ୟ ଯୋଗ ଦେଇ ଥିଲେ। ପ୍ରତି ବର୍ଷ ପରି ସହିଦ ସ୍ମୃତିପିଠ ଇରମ ଓ ସହିଦ ନଗରରୁ ଓଡିଶାର ପାରମ୍ପାରିକ ବାଦ୍ୟ ନୃତ୍ୟ ଓ ଜାତୀୟ ସଙ୍ଗୀତ ଦ୍ୱାରା ଏହି ସହିଦ ସ୍ମୃତି ମଶାଲକୁ କଚେରୀ ବଜାର ମହତାବ ଷ୍ଟେଚ୍ୟୁ ଠାରୁ ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏହାକୁ ଗ୍ରହଣ କରିବା ପରେ ଏକ ବର୍ଣ୍ଣାଢ୍ୟ ଡ଼ାଲି ସହ ସଭା ସ୍ଥଳ ମଠ ସାହି ଗୋପାଳ ଜୀଉ ପଡିଆକୁ ନିଆ ଯାଇ ସ୍ଥାପିତ କରାଯିବ। ସାହିତ୍ୟ,କଳା,ସଂସ୍କୃତି, ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରି ଥିବା ବିଶିଷ୍ଠ ବ୍ୟକ୍ତିମାନେ ପ୍ରତିଦିନ ଓଡିଶାର ବିଭିନ୍ନ ସ୍ଥାନରୁ ଆସି ପ୍ରତିଦିନ ଅତିଥି ଭାବରେ ଅତିଥି ଭାବର ଯୋଗ ଦାନ କରିବେ। ଓଡିଶାର ପ୍ରକ୍ଷାତ କଣ୍ଠଶିଳ୍ପୀ ମାନେ ସୁଦୂର ବଲାଙ୍ଗୀର , ସମ୍ବଲପୁର, ବରଗଡ, କଟକ, ଭୁବନେଶ୍ୱର,ବାଲେଶ୍ୱର, ବ୍ରହ୍ମପୁର ଆଦି ସ୍ଥାନରୁ ପ୍ରତ୍ୟହ ଯୋଗ ଦେଇ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମିନା ବଜାର ରାମଦୋଳି ତଥା ଗରମ ଗରମ ସୁଖାଦ୍ୟ ଷ୍ଟଲ ମାନ ବସୁଥିବାରୁ ପ୍ରତିଦିନ ହଜାର ହଜାର ଦର୍ଶକ ଏହାର ମଜା ନେବେ। ଏଣୁ ଏହି ମହୋତ୍ସବରେ ଅଧକ ଦର୍ଶକ ଯୋଗ ଦେଇ ସଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭାରି ଉପଭୋଗ କରିବା ସହ ମନୋହରି ଜିନିଷ ପତ୍ର କ୍ରୟ କରିବା ଓ ଶିତୁଆ ସନ୍ଧ୍ୟାକୁ ମନ ଭାରି ଉପଭୋଗ କରିବାକୁ ନିବେଦନ କରା ଯାଇଛି। ଏହି ପ୍ରସ୍ତୁତି ବୈଠକର ପ୍ରାରମ୍ଭିକରେ ତ୍ୟାଗଭୂମିର ସମ୍ପାଦକ ଗଦାଧର ବଳ ପ୍ରାରମ୍ଭିକ ପ୍ରସସି ସମ୍ପର୍କରେ ବିଷାଦ ବିବରଣୀ ଦେବା ପରେ ସଂଗଠନ ସମ୍ପାଦକ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ସୁଧାକର ରାଉତ, ସଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି, ଗୌରାଙ୍ଗ ବାରିକ, ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଲଲାଟେନ୍ଦୁ ମହାନ୍ତି, ଶାନ୍ତନୁ ନାୟକ, ଅଶୋକ କୁମାର ମହାନ୍ତି, ଇଂ ବସନ୍ତ ପାଣିଗ୍ରାହୀ , ଜଗନ୍ନାଥପୁର କାଉନ୍ସିଲର ପ୍ରତିନିଧି ପଙ୍କଜ ବଳ, ମୋହରିର ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ, ମହିଳା କଲେଜ ଅଧ୍ୟକ୍ଷ ଡଃ ଅଭୟ କୁମାର ଦାସ, ବିଜଯ ବାହାଳି, ଅଶୋକ କୁମାର ଦାସ, ପ୍ରଣବ କୁମାର ସାହୁ, ବାବୁଲାଲ ଦାସ, ଚର୍ଚ୍ଚିକା ମହାପାତ୍ର, କୈଳାସ ଚନ୍ଦ୍ର ପଣ୍ଡା, କବି ଋତୁରାଜ ଅକ୍ଷୟ ମଦନ ମୋହନ ନାୟକ, ଗୋବର୍ଦ୍ଧନ ସାମଲ, ବିଚିତ୍ରାନନ୍ଦ ମହାନ୍ତି, କୈଳାସ ମହାପାତ୍ର, ସେକ ନାସୀର ବକ୍ସ ପ୍ରଭାତ କୁମାର ପାଢି, ପଦ୍ମନ ମନୋରଞ୍ଜନ ଦାସ, ଲକ୍ଷ୍ମଣ ମହାନ୍ତି ପ୍ରମୁଖ ଶତାଧିକ ସଭ୍ୟ ଯୋଗ ଦେଇ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ସଭା ଶେଷରେ କବି କାଳନ୍ଦି ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.