Home ଜିଲ୍ଲା ପରିକ୍ରମା ତ୍ୟାଗଭୂମି ଏକ ଜାତୀୟ ଧୃତି ଓ ଜୀବନ୍ତ ଜାଗୃତି, ନବମ ଦିନି ବ୍ୟାପୀ ଚାଲିଥିବା ତ୍ୟାଗଭୂମି...

ତ୍ୟାଗଭୂମି ଏକ ଜାତୀୟ ଧୃତି ଓ ଜୀବନ୍ତ ଜାଗୃତି, ନବମ ଦିନି ବ୍ୟାପୀ ଚାଲିଥିବା ତ୍ୟାଗଭୂମି ମହୋତ୍ସବର ଉଦଯାପନୀ ସନ୍ଧ୍ୟା

5

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗଭୂମି ଭଦ୍ରକ ହେଉଛି ଶକ୍ତି, ଧୃତି ଓ ଜାଗୃତିର ନାମ ମାହାତ୍ମ୍ୟ। ସଂଗ୍ରାମ ଓ ସମର୍ପଣର ଗରିମାକୁ ନୂତନ ପିଢ଼ି ପାଖରେ ସଂଚାର କରିବା ହେଉଛି ତ୍ୟାଗଭୂମି ଜିଲ୍ଲା ମହୋତ୍ସବର ଆଦ୍ୟସୌରଭ ଏବଂ ଆଦିମନ୍ତ୍ର। ଭୂମିର ବନ୍ଦନାରେ ରହିଛି ଅସରନ୍ତି ବଳିଦାନର ଗାଥା ଏବଂ ଏହା ଦେଶ ଓ ଜାତି ପ୍ରତି ଅଟଳ ସଂକଳ୍ପର ସନ୍ଦେଶ ବୋଲି ନବମଦିନ ବ୍ୟାପୀ ଚାଲିଥିବା ତ୍ୟାଗଭୂମି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ଆଜିର ମଂଚ ଜାତୀୟକବି ବାଞ୍ଛାନିଧି ମହାନ୍ତି ନାମରେ ଥିଲା ଉତ୍ସର୍ଗୀକୃତ। ତ୍ୟାଗଭୂମି କାର୍ଯ୍ୟକାରୀ ସଭାପତି ଇ. ଅମ୍ବିକାବଲ୍ଲଭ ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଯାପନ ସନ୍ଧ୍ୟାରେ ‘ସଂଗ୍ରାମ ଭୂମି ଭଦ୍ରକ’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳ, ଶ୍ରୀଅରବିନ୍ଦ ଦର୍ଶନ ପ୍ରବକ୍ତା ଡକ୍ଟର ଗୋଲକବିହାରୀ ସାହୁ, ମୁଖ୍ୟବକ୍ତା ଭାବେ ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ନାସିର ବକ୍ସ, ବରେଣ୍ୟ ଅତିଥି ଭାବେ ଭଦ୍ରକ ଇଞ୍ଜିନିୟରିଂ କଲେଜ ଅଫ୍ ଟେକନୋଲୋଜିର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା, କୃଷିକବି ଇ. ଅରୁଣ କୁମାର ପାତ୍ର ଓ ପୂର୍ତବିଭାଗ ସଚିବ ନନ୍ଦନନ୍ଦନ ଦାସ ପ୍ରମୁଖ ଯୋଗଦେଇ ଭଦ୍ରକ ଭୂମିର ଉଜ୍ଜ୍ୱଳ ପରମ୍ପରାକୁ ସ୍ମରଣ ପୂର୍ବକ ଏହାକୁ କେବଳ ଐତିହ୍ୟର ଗାଥା ଭାବେ ସୀମିତ ନରଖି ଦୈନନ୍ଦିନ କର୍ତବ୍ୟର ଅଙ୍ଗୀକାର ବିବେଚନା କରିବାକୁ ପରାମର୍ଶ ଦେଇଥିଲେ। ତ୍ୟାଗଭୂମିର ସଦସ୍ୟ ବାବୁଲାଲ ଦାସ ମଂଚ ଆହ୍ୱାନ କରିଥିବା ବେଳେ ଅନ୍ୟତମ ସଦସ୍ୟ କବି ଚର୍ଚ୍ଚିକା ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ମହୋତ୍ସବ ପୀଠରେ ସ୍ଥାପିତ ଶହୀଦ ମଶାଲ ସ୍ମୃତିସ୍ତମ୍ଭରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ସଂଗଠନ ସମ୍ପାଦକ ସୁଧାକର ରାଉତ, ସାଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି, ମୁଖପତ୍ର ସମ୍ପାଦକ ଡକ୍ଟର ବିଶ୍ୱରଂଜନ ଦାସ, ଅଧିବକ୍ତା ମନୋରଞ୍ଜନ ଦାସ, ସଦସ୍ୟ ଅଶୋକ ଦ୍ୱିବେଦୀ, ଶିକ୍ଷୟତ୍ରୀ ମନୋରମା ଆଚାର୍ଯ୍ୟ, ସାହିତ୍ୟିକ କୈଳାଶ ପଣ୍ଡା, ଚକ୍ଷୁ ଚିକିତ୍ସକ ମୁକ୍ତିକାନ୍ତ ନାୟକ, ସଦସ୍ୟା ବସୁମିତ୍ରା ସାହୁ, ସାମାଜିକ କର୍ମୀ ଚୈତାଳୀ ଖିଲାର, ଅଧିବକ୍ତା ସଞ୍ଜୟ ମାଝୀ, ରାମଚନ୍ଦ୍ର ନାୟକ, ଶିକ୍ଷାବିତ୍ ଗୟାଧର ପଣ୍ଡା, ପ୍ରାଧ୍ୟାପକ ମନୋଜ କୁମାର ସ୍ୱାଇଁ, ସଙ୍ଗୀତଶିଳ୍ପୀ ସୁଧାଂଶୁ ନାୟକ, ଯୁବନେତା ଦେବଦର୍ଶନ ଦାସ, ନାରାୟଣ ପାଢ଼ୀ, ରାମଚନ୍ଦ୍ର ନାୟକ, ସଂଯୁକ୍ତା ଯାଦବ, କବି କାଳନ୍ଦୀ ମଲ୍ଲିକ, ପଦ୍ମନ ରାୟ, ଅଭୟ ପଣ୍ଡା, ଡକ୍ଟର ନିତ୍ୟାନନ୍ଦ ମିଶ୍ର, ଡକ୍ଟର ଅଭୟ କୁମାର ଦାସ, ସ୍ୱଦେଶ ପଣ୍ଡା, ରୂପକ ବିହାରୀ ରାୟ, ଶଶୀକଳା ମିଶ୍ର, ପ୍ରାକ୍ତନ ଅବକାରୀ ବିଭାଗ ଅଧିକାରୀ ଶ୍ରୀହର୍ଷ ସ୍ୱାଇଁ, ବାଦଲ କିଶୋର ମହାପାତ୍ର, କବି ଦେବେନ୍ଦ୍ରନାଥ ମହାଳିକ, ରାଜେନ୍ଦ୍ର ବିଶ୍ୱାଳ, ଦୁଃଶାସନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହୋତ୍ସବର ସଫଳତା ପାଇଁ ନିଜର ପ୍ରତିଟି କ୍ଷେତ୍ରରେ ଅଂଶୀଦାର ରଖିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡିକୁ ସଦସ୍ୟ ଲକ୍ଷ୍ମୀକାନ୍ତ ବାରିକ୍ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ୱର ‘ସାଇ ସମ୍ରାଟ ମେଲୋଡ଼ି’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.