Home ଜିଲ୍ଲା ପରିକ୍ରମା ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ ଏବଂ ମା...

ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ ଏବଂ ମା ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

6

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲରେ ତ୍ରିଲୋଚନ ଫାଉଣ୍ଡେସେନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ,ମହିଳା ସଦସ୍ୟା,ସମାଜସେବୀ, ଉପସ୍ଥିତ ରହି ରକ୍ତଦାନ ପରି ମହତ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ରକ୍ତଦାନ କରିଥିଲେ। ଧାମରା ଗ୍ରାମ ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫିତା କାଟି ଏହି ଶବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଜନ୍ମେଞ୍ଜୟ ବେହେରା, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଚାନ୍ଦବାଲି ବାର ଆସୋସିଏସନର ସଭାପତି ଉପେନ୍ଦ୍ର ରାଉଳ , ଭାଜପା ଜିଲ୍ଲା ସାଧାରଣ ସଂପାଦକ କମଳାକାନ୍ତ ସୂତାର,ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ର ପ୍ରତିଷ୍ଠାତା ତ୍ରିଦିବେଶ ପ୍ରଧାନ,ଦେବେନ୍ଦ୍ର ନାୟକରମେଶ ବାରିକ, ସନ୍ଦୀପ ପତି, ରାଜ କୁମାର କାଣ୍ଡାର, ଗଗନ ବେହେରା, ରତିକାନ୍ତ ଜେନା, ବସନ୍ତ ଖିଲାର, ଦେବଦତ ବିଶ୍ୱାଳ, ସମ୍ବିତ ନାୟକ, ସୁନାକର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଶା ବ୍ଲକ ବ୍ୟାଙ୍କ ଭଦ୍ରକ ଶାଖା କର୍ମକର୍ତା ପ୍ରମୁଖ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ୫୫ ୟୁନିଟ ରକ୍ତ ସଂଗ୍ରହ ମଧ୍ୟ କରିଥିଲେ।ଶେଷରେ ସମସ୍ତ କାର୍ଯ୍ୟକର୍ତା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଜାଗୁଳା ଜିପି ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.