Home ଜିଲ୍ଲା ପରିକ୍ରମା ‘ତ୍ରିରଙ୍ଗା ଯାତ୍ରା’ ସହ ସହୀଦ ପରିବାରଙ୍କୁ ସମ୍ବର୍ଦ୍ଧନା କଲେ ନଗର ଉନ୍ନୟନ ମନ୍ତ୍ରୀ

‘ତ୍ରିରଙ୍ଗା ଯାତ୍ରା’ ସହ ସହୀଦ ପରିବାରଙ୍କୁ ସମ୍ବର୍ଦ୍ଧନା କଲେ ନଗର ଉନ୍ନୟନ ମନ୍ତ୍ରୀ

6
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ତ୍ରିରଙ୍ଗା ଯାତ୍ରା’ ଅବସରରେ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆନନ୍ଦବଜାର ଠାରୁ ସହୀଦନଗର ବଜାର ପଯ୍ୟନ୍ତ ଏକ ବିଶ୍ୱାଳ ତ୍ରିରଙ୍ଗା ଯାତ୍ରା’ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ସାମିଲ ହୋଇଥିଲେ। ତ୍ରିରଙ୍ଗା ଯାତ୍ରା’ ସହିଦନଗରେ ପହଂଚିବା ସହ ସହିଦନଗର ରେ ଥିବା ସହିଦ ସ୍ତମ୍ଭରେ ପୁଷ୍ପ ମଲ୍ୟ ଦେବା ସହ ସହିଦନଗର ର ମାଟିର ସହୀଦ ହୋଇ ଥିବା ୯ ଜଣ ସହୀଦ ପରିବାରର ଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସର ରେ ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ବିଜେପି ନେତା ରଘୁନାଥ ଲେଙ୍କା ସମେତ ବିଭିନ୍ନ ପଂଚାୟତ ର କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବୈକୁଣ୍ଠ ନାଥ ସାହୁ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.