Home ଜିଲ୍ଲା ପରିକ୍ରମା ତ୍ରିରଙ୍ଗାମୟ ହେଲା ଭଦ୍ରକ ସହର, ବିଶାଳ ପଦଯାତ୍ରାରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ

ତ୍ରିରଙ୍ଗାମୟ ହେଲା ଭଦ୍ରକ ସହର, ବିଶାଳ ପଦଯାତ୍ରାରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ

11

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଭଦ୍ରକ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିରଙ୍ଗା ପତାକା ପ୍ରଦର୍ଶନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି ନିକଟରୁ ଏହି ବିଶାଳ ପଦଯାତ୍ରା ଆରମ୍ଭ ହୋଇ ଡାହାଣୀ ଗଡିଆ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଯାଇଥିଲା। ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାୟ, ଜିଲା ଆରକ୍ଷୀ ଅଧୀକ୍ଷକ, ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍‌ପି (ଡିଆଇବି) ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏନସିସି କମାଣ୍ଡର ସୁଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏନସିସି ଅଧିକାରୀ, ଶିକ୍ଷାର୍ଥୀମାନଙ୍କ ସହ କ୍ଷେପଣାସ୍ତ୍ର ମେଢ ମଧ୍ୟରେ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ସଦସ୍ୟ, ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ, ଯୁବଗୋଷ୍ଠୀ, ମହିଳା, ସାଧାରଣ ଜନତାଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଏହି ଯାତ୍ରାରେ ସାମିଲ ଥିଲେ। ସମସ୍ତଙ୍କ ହାତରେ ଥିଲା ତ୍ରିରଙ୍ଗା ପତାକା। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆଇ ଲଭ୍ ଭଦ୍ରକ ପଏଂଟରେ ଆୟୋଜିତ ହୋଇଥିବା ଦସ୍ତଖତ ଅଭିଯାନ ଓ ସେଲ୍‌ଫି ପଏଂଟରେ ଅତିଥି, ପ୍ରଶାସନିକ ଅଧିକାରୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ଦେଶାତ୍ମବୋଧକ ସଂଗୀତ ସ୍ଲୋଗାନ ପରିବେଷଣ ସହିତ ସୁଦୃଶ୍ୟ ବ୍ୟାନରରେ ସମଗ୍ର ସହର ବେଶ୍ ଚିତାକର୍ଷକ ହୋଇ ତ୍ରିରଙ୍ଗାମୟ ହୋଇପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.