Home ଜିଲ୍ଲା ପରିକ୍ରମା ତୋରବନ୍ତିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଆରା ଢଙ୍ଗରେ ମନେଇଲେ ନିଜର ଅବସର

ତୋରବନ୍ତିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଆରା ଢଙ୍ଗରେ ମନେଇଲେ ନିଜର ଅବସର

12

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୋର ବନ୍ତିଆ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ ପ୍ରଧାନ ନିଜର ଶିକ୍ଷକତା ଜୀବନ ରୁ ଅବସର ନେଇଛନ୍ତି। ବହୁ ଦିନର ନିଷ୍ଠାପର କର୍ତବ୍ୟ କରି ତାଙ୍କ ହାତରେ ତୋଳିଛନ୍ତି ଅନେକ ମେଧାବୀ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ। କିଏ ଇଞ୍ଜିନିୟର ତ ଆଉ କିଏ ଡ଼କ୍ଟର ତ ଆଉ କିଏ ଶିକ୍ଷକ। ତାଙ୍କର ସମୟାନୁବର୍ତିତା , ଶୃଙ୍ଖଳା ଜ୍ଞାନ, ବ୍ୟକ୍ତିତ୍ୱ ତାଙ୍କୁ ଆଦର୍ଶ ଶିକ୍ଷକ ତଥା ସର୍ବୋପରି ଆଦର୍ଶ ମାନବ ରୂପରେ ଗୋଟେ ଅନନ୍ୟ ପରିଚୟ ସୃଷ୍ଟି କରିଛି। ସେ ନିଜର ଅବସର ଟିକେ ଭିନ୍ନ ଉପାୟ ରେ ପାଳନ କରିଛନ୍ତି। ସାଧାରଣତଃ ଅବସର କାଳୀନ ସମୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥାଏ କିନ୍ତୁ ଶିକ୍ଷକ ଅକ୍ଷୟ ପ୍ରଧାନ ତାଙ୍କର ଅବସର କାଳୀନ ଖୁସିକୁ ବାଂଟିଛନ୍ତି ଭଦ୍ରକ – ଆରଡ଼ି ରାସ୍ତାର ଲାଙ୍ଗୁଡି ସ୍ଥିତ ବିଜୟ ବୀଣା ପାଣି ହେଲେନ୍ କିଲର ସ୍ୱତନ୍ତ୍ର ମୁକ ବଧିର ବାଳିକା ବିଦ୍ୟାଳୟ ଠାରେ । ଉକ୍ତ ବିଦ୍ୟାଳୟ ରେ ସମସ୍ତ ଛାତ୍ରୀ ଜନ୍ମ ରୁ ମୁକ ଓ ବଧିର। ଏହିପରି ଓଡ଼ିଶାରେ ୨ ଟି ମାତ୍ର ସ୍ୱତନ୍ତ୍ର ମୁକ ବଧିର ବାଳିକା ବିଦ୍ୟାଳୟ ରହିଛି ତନ୍ମ ମଧ୍ୟରୁ ଗୋଟିଏ ଲାଙ୍ଗୁଡି ଓ ଅନ୍ୟ ଟି ପୁରୀ ଠାରେ ରହିଛି। ଉକ୍ତ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ନିମିତ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଇଥିଲା। ପୁଣି ଉକ୍ତ ବିଦ୍ୟାଳୟ ର ପରିସର ରେ ସଫେଇ ଅଭିଯାନ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା। ଶିକ୍ଷକ ଅକ୍ଷୟ ପ୍ରଧାନ ନିଜ ଜୀବନ ର ଶିକ୍ଷକତା ବାହାର୍ ବିଲ୍ ପ୍ରାଥମିକ ବିଦ୍ୟାଳୟ ରେ ଆରମ୍ଭ କରିଥିଲେ ଏହାପରେ ଖପରପଦା ଏମ ଇ, ଲୁଣିଆ ନୋଡାଲ ଶେଷ ରେ ତୋର ବନ୍ତିଆ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ସଭା ଆୟୋଜିତ ହୋଇ ଥିଲା। ସଭାପତି ଭାବେ ଦେଶ ବନ୍ଧୁ ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରା,ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଅଭିରାମ ସାହୁ, ସମ୍ମାନିତ ଅତିଥି ଭାବେ ବିଜୟ ବୀଣାପାଣି ହେଲେନ କିଲର ଅନ୍ଧ ମୂକ ବଧିର ସ୍ୱତନ୍ତ୍ର ବାଳିକା ବିଦ୍ୟାଳୟ ର ଅଧ୍ୟକ୍ଷ ତିଳୋତମା ମାଝୀ , ଧୂଷୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ,ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ,କୋଷାଧ୍ୟକ୍ଷ ରତିକାନ୍ତ ନାୟକ, ଉପ ସଭାପତି ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ରହି ଥିଲେ। ଏହାଛଡା ଶିକ୍ଷକ ବସନ୍ତ ପଣ୍ଡୁ, ରବୀନ୍ଦ୍ର ପାଣିଗ୍ରାହୀ, ବିଷ୍ଣୁ ମୋହନ ଜେନା, ଗୌର ହରି ପରିଡା, ଚିତରଞ୍ଜନ ମହାନ୍ତି, ରବୀନ୍ଦ୍ର ପ୍ରଧାନ, କୈଳାଶ ପଣ୍ଡା, ଧର୍ମେନ୍ଦ୍ର ବେହେରା ତଥା ଉକ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ମୁଖ୍ୟ ଅତିଥି ଶ୍ରୀଚରଣ ମଲ୍ଲିକ ସଭା ଶେଷ ରେ ଉପଢୟ ଓ ମାନପତ୍ର ପ୍ରଦାନ କରିଥିଲେ।ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ବନଲତା ବାରିକ୍‌। ନିଆରା ଢଙ୍ଗ ରେ ସ୍ୱତନ୍ତ୍ର ମୁକ ବଧିର ବାଳିକା ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ମୁଖରେ ଆହାର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.