Home ଅନୁଗୁଳ ତୋଫାନ ଯୁବକ ସଂଘ ସଦସ୍ୟଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ତୋଫାନ ଯୁବକ ସଂଘ ସଦସ୍ୟଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

25

ତାଳଚେର, ୯/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ଓ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ତାଳଚେର ବନାଞ୍ଚଳ ଅଧିକାରୀ ସୁକାନ୍ତି ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସମନ୍ୱୟକାରୀ ଅଧିକାରୀ ପ୍ରଦୀପ କୁମାର, ସହକର୍ମୀ ତପନ କୁମାର ସାମଲ, ସମ୍ବାଦ ପ୍ରତିନିଧି ବିକାଶ କୁମାର ସାହୁ ଓ ସମାଜସେବୀ କ୍ଷୀରୋଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷରୋପଣ କଲାପରେ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ସମସ୍ତଙ୍କର ବୋଲି ମୁଖ୍ୟ ଅତିଥି ମହୋଦୟ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସଂଘର ସଭାପତି ଧୀରେନ୍ଦ୍ର ଦାସ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ବୃକ୍ଷରୋପଣ ପରିପ୍ରେକ୍ଷୀରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଘଣ୍ଟପଡା ଠାରେ ଏକ ତର୍କ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ପ୍ରଧାନ, ନବମ ଶ୍ରେଣୀ ଛାତ୍ରୀ ପୁନମ ଦାସ, ଅଷ୍ଟମ ଶ୍ରେଣୀ ଛାତ୍ରୀ ସାଇପ୍ରିୟା ସାହୁଙ୍କୁ ମାନପତ୍ର ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋଟ ବଏଜ କ୍ଲବ ବଡସିଙ୍ଗଡ଼ା, ବାଣୀଶ୍ରୀ କ୍ଲବ ନକେଇପଶି ଓ ଜନସଚେତନତା କ୍ଲବ ରେମୁଆଁର ସଦସ୍ୟମାନେ ଯୋଗ ଦେଇଥିଲେ ଓ ତାଙ୍କୁ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ଖେଳ ଉପକରଣ ପ୍ରଦାନ କରାଯାଇଥିଲା। ପରିଶେଷରେ ସଂଘର ସଦସ୍ୟମାନେ ପଦଯାତ୍ରା କରି ଲୋକମାନଙ୍କୁ ସଚେତନ କରାଇବା ସହ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.