Home Top News ତୈଳ ଓ ଗ୍ୟାସ ଦର ପ୍ରତିବାଦରେ କଂଗ୍ରେସର ମହଙ୍ଗାଇ ମୁକ୍ତ ଧାରଣା କାର୍ଯ୍ୟକ୍ରମ

ତୈଳ ଓ ଗ୍ୟାସ ଦର ପ୍ରତିବାଦରେ କଂଗ୍ରେସର ମହଙ୍ଗାଇ ମୁକ୍ତ ଧାରଣା କାର୍ଯ୍ୟକ୍ରମ

70

ଭୁବନେଶ୍ୱର ୭.୪ (ଓଡ଼ିଆ ପୁଅ) – କେନ୍ଦ୍ର ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍ୟାସ, ପିଏନଜି ଓ ସିଏନଜି ଦର ବାରମ୍ବାର ବଢ଼ାଇ ଭାରତର ଜନ ସାଧାରଣଙ୍କୁ ଧୋକା ଦେଇଛନ୍ତି। ତେଲ ଦର ବୃଦ୍ଧି ଜନସାଧାରଣଙ୍କର ନିତିଦିନିଆ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପଢ଼ୁଛି। ଜନସାଧାରଣଙ୍କୁ ଏ ସଂପର୍କରେ ସଚେତନ କରି ବିଜେପି ସରକାରଙ୍କର ମନମୁଖି ଶାସନ ବ୍ୟବସ୍ଥା ବିରୋଧରେ ସ୍ୱର ଉତୋଳନ କରିବାପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ “ମହଙ୍ଗାଇ ମୁକ୍ତ ଧାରଣା ଓ ପଦଯାତ୍ରା”କାର୍ଯ୍ୟକ୍ରମ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉଦବୋଧନ ଦେଇ କହିଲେଯେ ଦେଶରେ ଆଚ୍ଛେଦିନର ସ୍ୱପ୍ନ ଦେଖାଇ ଶାସନକୁ ଆସିଥିବା ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ତେଲ ଓ ଗ୍ୟାସ ଦର ବାରମ୍ବାର ବଢ଼ିବାରୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରୁ ଏକ୍ସସାଇଜି ଦ୍ୟୁଟି ଓ ଭ୍ୟାଟ ହ୍ରାସ ନକରିବାରୁ ତେଲ ଦର କ୍ରମାଗତ ରାଜ୍ୟରେ ବଢ଼ିଚାଲିଛି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତେଲ ଦର ନକମିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉଦବୋଧନ ଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ହଳଧର ସେଠୀ, ପଦ୍ମାକର ଗୁରୁ, ମଧୁସ୍ମିତା ଆଚାର୍ଯ୍ୟ, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଅମିତା ବିଶ୍ୱାଳ, ବିଶ୍ୱଭୂଷଣ ମହାପାତ୍ର, ଅଜୟ ସାମଲ, ଇତିଶ୍ରୀ ମଲ୍ଲିକ ପ୍ରମୁଖ କହିଲେ ଯେ କଂଗ୍ରେସ ଶାସନ ସମୟରେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପ୍ରତି ୧୨୧ ରୁ ୧୩୮ ଡଲାର ଥିବାବେଳେ ଜନସାଧାରଣ ପେଟ୍ରୋଲ ୬୪ ଟଙ୍କାରୁ ୭୮ ଟଙ୍କାରେ ପାଉଥିଲେ, ଡିଜେଲ ୫୮ ଟଙ୍କାରୁ ୬୨ ଟଙ୍କା ମଧ୍ୟରେ ପାଉଥିଲେ ଓ ରନ୍ଧନ ଗ୍ୟାସ ୪୧୪ ଟଙ୍କାରେ ପାଉଥିଲେ। ମାତ୍ର ବର୍ତମାନ ଅଶୌଧିତ ତୈଳ୍ୟ ଦର ୧୦୦ ରୁ ୧୦୪ ଡଲାର ମଧ୍ୟରେ ରହିଥିବା ବେଳେ ଜନସାଧାରଣ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କାରୁ ୧୧୮ ଟଙ୍କା କିଣୁଛନ୍ତି, ଡିଜେଲ ୯୭ ଟଙ୍କାରୁ ୧୦୫ ଟଙ୍କା ଓ ରନ୍ଧନ ଗ୍ୟାସ ୯୭୦ ଟଙ୍କାରୁ ୧୦୧୨ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପରିଣାମଦର୍ଶିତା ଯୋଗୁଁ ଦେଶବାସୀ ଏପରି ମହଙ୍ଗାଇର ଶୀକାର ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଏହି ଦର ନିୟନ୍ତ୍ରଣକୁ ଆସିପାରିବ ମାତ୍ର ଉଭୟ ସରକାର ଜନସାଧାରଣଙ୍କ ବିଶ୍ୱାସରେ ବିଶ୍ୱାସ ଘାତକତା କରିଛନ୍ତି। ଠିକ୍ ନିର୍ବାଚନର ୧ମାସ ଓ ୨ ମାସ ପୂର୍ବରୁ ଦର ନବଢ଼ାଇ ନିର୍ବାଚନ ପରେ ନିରନ୍ତର ଦର ବଢ଼ାଇ ଲୋକଙ୍କୁ ଧୋକାଦେବା ଉଭୟ ସରକାରଙ୍କର ହୀନପୟାସକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଡ. ଯୁଧିଷ୍ଠୀର ଜେନା, ଡ. ଦେବାଶିଷ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ଅମିୟ ପଟ୍ଟନାୟକ, ଜ୍ଞାନଦେବ ବେଉରା, ଅଶୋକ ସାମଲ, ସ୍ୱାଧୀନବାଳା ଦାସ, ରଜତ ଚୌଧୁରୀ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ବିଶ୍ୱଭୂଷଣ ଦାସ, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଶ୍ରେୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୟ ରାୟ, ମିତ୍ରଭାନୁ ମହାପାତ୍ର, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ବଟକୃଷ୍ଣ ରାଉତରାୟ, ରାଜକିଶୋର ବାରିକ, ଜିନେଶ ଦାସ, ଶୈଳେନ୍ଦୁ ମଜୁମଦାର, ଦେବୀପ୍ରସାଦ ବାହାଲିଆ, ଉର୍ବଶୀ ମିଶ୍ର, କୈଳାସ ସାହୁ, ଆତ୍ମାରାମ ପତି, ଉମେଶ ସ୍ୱାଇଁ, ସୁବାଷ ପ୍ରଧାନ, ଶତୃଘ୍ନ ବେହେରା, ଗିତାଞ୍ଜଳି ମହାନ୍ତି, ତାପସ ସେଠୀ, ରଞ୍ଜିତ ପାତ୍ର, ବିଜୟ ପ୍ରଧାନ, ବୁନା ମହାନ୍ତି, ମଂଟୁ ମଲ୍ଲିକ, ପ୍ରିୟବ୍ରତ ସାହୁ ଓ ସାଗର ପରିଡ଼ା ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ଓ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ। ପରିଶେଷରେ ପ୍ରଦେଶ ମହିଳା କଂଗ୍ରେସର ଉପସଭାପତି କନକ ଲତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.