Home କେନ୍ଦୁଝର ତେଲକୋଇ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ତେଲକୋଇ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

335

ତେଲକୋଇ, ୧୮ ଡିସେମ୍ବର (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଲକ୍ଷ୍ମୀନାରାୟଣ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀ ଓ ନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଛି। ଆର୍କଷଣିୟ ତୋରଣ ସହିତ ଆଲୋକ ସାଜସଜ୍ଜା ଲୋକଙ୍କୁ ବିମୋହିତ କରୁଛି।ସଂଧ୍ୟା ହେଲେ ପୂଜା ମଣ୍ଡପରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି। ବିଗତ ୩୫ ବର୍ଷ ଧରି ବଣିକ ସଂଙ୍ଘ ଏହି ପୂଜାର ଆୟୋଜନ କରି ଆସୁଛି।ଏହା ପ୍ରତ୍ୟକ ବର୍ଷ ପାଚଂ ଦିନ ଧରି ଚାଲେ। କାର୍ଯ୍ୟସୂଚୀ ଅନୁସାରେ କଳସଯାତ୍ରା, ଘଟସ୍ଥାପନ, ହୋମଯଜ୍ଞ ଓ ପୂଜାଅର୍ଚନା ଆରମ୍ଭ ହୋଇଛି। ମନୋରଞନ ପାଇଁ ଦୁଇଦିନ ଧରି ଅପେରା ମଚଂସ୍ଥ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆସନ୍ତା ୨୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ପୂଜକ ଆନନ୍ଦ କର ଓ ଅନିରୋଧ କର ପୂଜା କାଯ୍ୟ ତୁଲାଉଥିବା ବେଳେ ସଂଘର ସଭାପତି ବିଜୟ କୁମାର ସାହୁ, ଉପସଭାପତି ଅକ୍ଷୟ କୁମାର ପ୍ରଧାନ, ସମ୍ପାଦକ ଲଳିତ ସାହୁ, ସହ ସମ୍ପାଦକ ଦିଲ୍ଲିପ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସତ୍ୟାନନ୍ଦ ବିଶ୍ୱାଳ, ସଦସ୍ୟ ତିର୍ଥବାସୀ ସାହୁ, ବେଣିମାଧବ ଦାସଶର୍ମା, ଗଜେଶ ପୋଦାର, ବିଦ୍ୟାଧର ସେଠୀ, ପ୍ରଭାତ କୁମାର ସାହୁ ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.