Home ଓଡ଼ିଶା ତେଲକୋଇ ଖୁଟାଂପଡା ଗାଁରେ ହାତୀ ଆତଙ୍କ, ଲୋକେ ଭୟଭିତ

ତେଲକୋଇ ଖୁଟାଂପଡା ଗାଁରେ ହାତୀ ଆତଙ୍କ, ଲୋକେ ଭୟଭିତ

311

ତେଲକୋଇ, ୬ ଜାନୁୟାରୀ(ଓଡିଆ ପୁଅ/ଅକ୍ଷୟ ପ୍ରଧାନ)ତେଲକୋଇ ବନାଚଂଳ ଅଧିନସ୍ଥ ଖୁଟାଂପଡା ଗାଁରେ ହାତୀ ପଲଙ୍କ ଉପଦ୍‌୍ରବରେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି।ଗାଁରେ ପଶି ହାତୀପଲ ଖଳାରୁ ଧାନ ବସ୍ତାକୁ ଖାଇବା ସହ ଧାନ ଜଗିବା ପାଇଁ ତିଆରି ହୋଇଥିବା ମଚାଂକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।ମଚାଂ ଭିତରେ ଶୋଇଥିବା ମଦନ ସାହୁ ଅଳ୍ପକେ ବର୍ତିଲେ।ସେହିଭଳି ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ, କେଦାର ଚନ୍ଦ୍ର ପ୍ରଧାନ, ବିଭୂତି ପ୍ରଧାନ ଙ୍କ ଖଳାରୁ ପ୍ରାୟ ୩୦ ବସ୍ତା ଧାନ ଖାଇବା ସହ କଦଳି ଗଛ, ନଡିଆ ଗଛ ମୋଡି ମକଚି ନଷ୍ଟ କରିଦେଇଛନ୍ତି। ସେପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା।ଗାଁରେ ହାତୀପଲ ପଶି ଘର ଭିତରୁ ଧାନବସ୍ତା ଟାଣିଆଣି ଖାଇବାସହ କୋବି ଫସଲକୁ ଦଳି ମକଚି ନଷ୍ଟ କରିଦେଇଛନ୍ତି। ଲୋକେ ଏବେ ଭୟଭିତ ଅବସ୍ଥାରେ ଅଛନ୍ତି।ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ୱେଶଣରେ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.