Home ଜିଲ୍ଲା ପରିକ୍ରମା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ

ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ

11

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବେଶ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ । ସୁସ୍ଥ ବାତାବରଣ ନିର୍ମିତ ବୃକ୍ଷରୋପଣ ନିହାତି ଜରୁରୀ । ବୃକ୍ଷ ଆମକୁ ଅମ୍ଳଜାନ,ଖାଦ୍ୟ, ଜଳ ଓ ମାଟି ଦେଉଛି । ପରିବେଶ ସୁସ୍ଥ ରହିଲେ ମଣିଷ ମଧ୍ୟ ସୁସ୍ଥ ଜୀବନ ଯାପନ କରିପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ଆଜି ବୁଧବାର ୪ଘଟିକା ସମୟରେ ସରକାର ନଗର ନିକଟସ୍ଥିତ ହମିରିବିନ୍ଧା ସରକାରୀ ବିଦ୍ୟାଳୟ ରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମାର୍ଗ ଦର୍ଶକ ସାମ୍ବାଦିକ ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଓ ମହିଳା ସଂଗଠନ ର ସଭାପତି କଳ୍ପନା ଜେନା ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ଗୟାଧର ପଣ୍ଡା ସମ୍ମାନୀତ ଅତିଥି ଭାବେ ଅଧ୍ୟପିକା ଦେବସ୍ମିତା ମିଶ୍ର ଯୋଗଦେଇ ବୃକ୍ଷ ରୋପଣ ର ଉପକାରିତା ଉପରେ ପିଲାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ । ସଂଗଠନ ର ଉପଦେଷ୍ଟା ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ ପ୍ରାରମ୍ବିକ ସୂଚନା ଦେଇଥିବା ବେଳେ ସମ୍ପାଦିକା ଅଞ୍ଜନା ମିଶ୍ର,ଉପସଭାପତି ଚୈତାଳୀ ଖିଲାର , ସହକାରୀ ଶିକ୍ଷୟତ୍ରୀ ରିନତି ମିଶ୍ର, ଶିକ୍ଷକ ଅବଦୁଲ ରେହେମାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାର ଚାରାରୋପଣ କରିବା ସହିତ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପିଲାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ ଓ ମା ପାଇଁ ଗଛଟିଏ ଲଗାଇବାକୁ କହିଥିଲେ । ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.