Home ଜିଲ୍ଲା ପରିକ୍ରମା ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷା ଫଳ ପ୍ରକାଶିତ

ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷା ଫଳ ପ୍ରକାଶିତ

57

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ବର୍ଷର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାର ମେରିଟରେ ଲଗ୍ନା ପ୍ରିୟଦର୍ଶନୀ ସାହୁ ପ୍ରଥମ, ଛଞ୍ôଚଣା ସରକାରୀ ଉପ୍ରା ବିଦ୍ୟାଳୟରେ ବିଲୟ ହୋଇଥିବା ନିମଗଡିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅନୁରାଗ କୌଶିକ ଦ୍ୱିତୀୟ, ଶାରଦା ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ୟାଶା ବେହେରା ତୃତୀୟ, ଉତ୍ତରବାଡ(ଦ) ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ତ୍ରିପାଠୀ ଚତୁର୍ଥ, ବଡବନସ୍ତା ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ର ବିକାଶ ରଞ୍ଜନ ଜେନା ପଞ୍ଚମ, ସରସଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଦେବଶ୍ମିତା ଶେଣ୍ଢ ଷଷ୍ଠ ଓ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରୀ ନିବେଦିତା ସାମଲ ସପ୍ତମ ସ୍ଥାନ ଅଧିକାର କରି ବୃତ୍ତିପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ମେରିଟ ଓ ଗରିବ ତାଲିକାରେ ସରସଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ଲେଖା ନନ୍ଦ ପ୍ରଥମ, ନାଆମୀ ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ର ଶୁଭରଞ୍ଜନ ନାୟକ ଦ୍ୱିତୀୟ, ଶାରଦା ବିଦ୍ୟାମନ୍ଦିର ଛାତ୍ର ଓମକାର ବେହେରା ତୃତୀୟ, ଉତ୍ତରବାଡ(ଦ) ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସରସ୍ୱତୀ ସାହୁ ଚତୁର୍ଥ, ମତାବାଜଶାସନ ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ବିଜୟାଲକ୍ଷ୍ମୀ ପଣ୍ଡା ପଞ୍ଚମ, ରହଣିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଛାତ୍ରୀ ସାଈସାଧନା ରାଉତ ଷଷ୍ଠ ଓ ଶାରଦା ବିଦ୍ୟାମନ୍ଦିର ଛାତ୍ର ଗୌତମ ସାହୁ ସପ୍ତମ ସ୍ଥାନ ଅଧିକାର କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିପିଏଲ ତାଲିକାଭୁକ୍ତ ବୃତ୍ତିଧାରୀ ମେଧାବୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ଆୟର ପ୍ରମାଣପତ୍ର ଅଥବା ବିକଳ୍ପ କାଗଜପତ୍ର ସାତଦିନ ମଧ୍ୟରେ ଦାଖଲ କରିବାକୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.