Home କେନ୍ଦ୍ରାପଡ଼ା ତୃତୀୟ ବିଶ୍ୱ ଯୁଦ୍ଧକୁ ଅଟକାଇବାକୁ ବିଶ୍ୱଶାନ୍ତି ନାମଯଜ୍ଞ

ତୃତୀୟ ବିଶ୍ୱ ଯୁଦ୍ଧକୁ ଅଟକାଇବାକୁ ବିଶ୍ୱଶାନ୍ତି ନାମଯଜ୍ଞ

111

କେନ୍ଦ୍ରାପଡ଼ା, ୨୦ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗତିଧାମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ବ୍ରହ୍ମପୁର ଗ୍ରାମର ଗାଦି ଗୋସାଇଁ ପୀଠରେ ଏକ ବିଶ୍ୱଶାନ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁ ଏହି ନାମଯଜ୍ଞରେ ଯୋଗଦେଇ ହରି କୀର୍ତ୍ତନ ଶ୍ରବଣ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର ପାଟକୁରା, କୋଡପଲା, ବେଡାରି, ମଲ୍ୟ ଏବଂ ବ୍ରହ୍ମପୁର ଗ୍ରାମର ପାଞ୍ଚ ପଞ୍ଝା କୀର୍ତ୍ତନ ମଣ୍ଡଳୀ ଏହି ଯଜ୍ଞରେ ଯୋଗଦେଇ ନାମ ସଙ୍କିର୍ତ୍ତନ କରିଥିଲେ। ନଗର କୀର୍ତ୍ତନରେ କୀର୍ତ୍ତନ ମଣ୍ଡଳୀ, ଆୟୋଜକ ଏବଂ ସ୍ଥାନୀୟ ଯୁବକ ଓ ଶ୍ରଦ୍ଧାଳୁମାନେ ଘରେ ଘରେ ପହଞ୍ଚି ଶାନ୍ତିର ବାର୍ତ୍ତା ପହଞ୍ଚାଇଥିଲେ। ଏକହଜାର ୮ଜଣଙ୍କୁ ଏହି ଯଜ୍ଞକୁ ଆମନ୍ତ୍ରଣ କରାଯାଇଥିଲା। ଶେଷରେ ୟୁକ୍ରେନରେ ଚାଲିଥିବା ତଦଜନିତ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କାକୁ ଏଡାଇବା ପାଇଁ ହରିବୋଲ ହୁଳହୁଳି ଦିଆଯାଇଥିଲା। ଫାଉଣ୍ଡେସନର ସଭାପତି ଗୈାସ୍ୱାମୀ ଅନାମ ଚରଣ ଦାଶଙ୍କ ଦ୍ୱାରା ଏହି ଯଜ୍ଞର ଆୟୋଜିତ କରାଯାଇଥିଲା। ଫାଉଣ୍ଡେସନର ଉପଦେଷ୍ଟା ପ୍ରଫେସର କମଳାକାନ୍ତ ଦାଶ ହରିକୀର୍ତ୍ତନରେ ନିଜକୁ ସାମିଲ କରିଥିଲେ। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଉପସଭାପତି ମନୋରମା ଦାଶ ଏବଂ କୋଷାଧ୍ୟକ୍ଷ ସ୍ନେହଲତା ରାଉତରାୟ ଶତାଧିକ ମହିଳା ଏବଂ ଯୁବତୀଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମରେ ସାମିଲ କରାଇଥିଲେ। ସ୍ଥାନୀୟ ସରପଞ୍ଚ ଅନିତା ମାହାଳି, ସଭ୍ୟ ଦିଲ୍ଲିପ ପଣ୍ଡା ବିଶ୍ୱଶାନ୍ତି ନାମଯଜ୍ଞରେ ଯୋଗଦେଇ ଗଡିଧାମର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.