Home ଜିଲ୍ଲା ପରିକ୍ରମା ତୃଟିପୁର୍ଣ୍ଣୁ ଅସ୍ତ୍ରୋପଚାର ଘଟଣା ମହିଳା ଗୁରୁତର ଡ଼ାକ୍ତରଖାନାରେ ଭର୍ତ୍ତି

ତୃଟିପୁର୍ଣ୍ଣୁ ଅସ୍ତ୍ରୋପଚାର ଘଟଣା ମହିଳା ଗୁରୁତର ଡ଼ାକ୍ତରଖାନାରେ ଭର୍ତ୍ତି

72

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଭଗବାନପୁର ପଂଚାୟତ ପଳିକିରୀ (ଗୋପାଳପୁର) ଗ୍ରାମରେ ଜଣେ ଗରିବ ମହିଳାଙ୍କ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଡ଼ାକ୍ତର ଖାଦ୍ୟନାଡ଼ି କାଟିଦେଇଥିବାର ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଥିଲା । ଗତ ମାସ୧୭ତାରିଖ ଦିନ ୧ଟା ୩୦ ମିନିଟ୍‌ରେ ଅସ୍ତ୍ରୋପଚାର ପାଇଁ ସରକାରୀ ସ୍ତରରେ ଦିନ ଧାର୍ଯ୍ୟ ହୋଇଥିବା ସ୍ଥଳେ ଭଦ୍ରକରୁ ସ୍ୱତନ୍ତ୍ରଭାବେ ଆସିଥିବା ଡ଼ାକ୍ତର ଅମରେନ୍ଦ୍ର ଜେନା କ୍ଷତିପ୍ରଭା ବାରିକ(୩୧)ଙ୍କ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ । ଡାକ୍ତର ଜେନାଙ୍କ ଖାମଖିଆଲ ମନୋଭାବ ଓ ଭୁଲ୍ ଅସ୍ତ୍ରୋପଚାର ହେତୁ କ୍ଷତିପ୍ରଭାଙ୍କ ଖାଦ୍ୟ ନାଡ଼ିକୁ କାଟିଦେଇ ପୁଣି ଯୋଡ଼ି ଦେଇଥିଲେ । ଘରକୁ ଫେରିବା ପରେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ସେଠାରେ ପୁଣି କ୍ଷତିପ୍ରଭାଙ୍କର ପୁନଶ୍ଚ ଅପରେସନ କରାଯାଇଥିଲା ଏବଂ ତାଙ୍କୁ କିଛିଦିନ କଟକ ଡ଼ାକ୍ତରଖାନାରେ ରଖିବା ପରେ ପୁଣି ଘରକୁ ପଠାଇ ଦେଇଥିଲେ । ତେବେ ଦୀର୍ଘ ୧୫ଦିନ ପରେ ମହିଳାଙ୍କ ଅସ୍ତ୍ରୋପଚାର ସ୍ଥାନରେ ଘନ ଘନ ପୁଜ ବାହାରୁଥିବାରୁ ପୁଣି ତାକୁ ଗତକାଲି ଧାମନଗର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଏହି ସମୟରେ ଭଦ୍ରକ ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ମହିଳାଙ୍କ ଅସ୍ତ୍ରେପଚାର ସ୍ଥାନଟିକୁ ଦେଖିବା ସହିତ ଡ଼୍ରେସିଂ ମଧ୍ୟ କରାଇଥିଲେ ।

ତେବେ ଡ଼ାକ୍ତରଙ୍କର ଏହି ଭୁଲ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅବନତି ଘଟୁଛି । ଡ଼ାକ୍ତରଙ୍କର ଅସାବଧାନତା ତଥା ଖାମଖିଆଲି ହେତୁ ଜୀବନ ସହ ଖେଳିଥିବା ଡ଼ାକ୍ତରଙ୍କ ପ୍ରତି ଆଜି ସୁଦ୍ଧା ବିଭାଗୀୟ ଅଧିକାରୀ କୌଣସି ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନାହାନ୍ତି ତୁରନ୍ତ କ୍ଷତିପ୍ରଭାକୁ କ୍ଷେତିପୂରଣ ସହ ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାମୀ ନିରଂଜନ ଦାବି କରିଛନ୍ତି । ଏନେଇ ଧାମନଗର ଡ଼ାକ୍ତର ଖାନାର ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ନାୟକ କୁହନ୍ତି ମହିଳା ଅସୁସ୍ଥତା ଅନୁଭବ କରିବାରୁ ସେ ପୁଣି ଏହି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ବଡ଼ ଦୁଃଖର କଥା ଏହି ଡ଼ାକ୍ତର ଖାନାରେ ଉକ୍ତ ବିଭାଗର ଡ଼ାକ୍ତର ନଥିବାରୁ ତାଙ୍କର ଚିକିତ୍ସା ମଧ୍ୟ କରିବାରେ କିଛିଟା ବାଧା ସୃଷ୍ଟି ହୋଇପାରୁଥାଏ । ତେବେ ଦୁଇଦିନ ପରେ ତାଙ୍କର ଅବସ୍ଥା ଯଦି ନ ସୁଧୁରେ ତାଙ୍କୁ ଆମ ଡ଼ାକ୍ତରଖାନା ପକ୍ଷରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆମ୍ଭେ ନିଜଖର୍ଚ୍ଚରେ ତାଙ୍କୁ କଟକ ଡ଼ାକ୍ତରଖାନା ପଠାଇ ଚିକିତ୍ସା କରାଇବାର ବ୍ୟବସ୍ଥା କରିବୁବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଗରିବ ମହିଳା ଜଣଙ୍କୁ ଭୁଲ ଅସ୍ତ୍ରୋପଚାର କରାଇ ବାରମ୍ବାର ବିଭିନ୍ନ ଡ଼ାକ୍ତରଖାନାକୁ ପଠାଇ ତାଙ୍କୁ ଯେପରି ଭାବରେ ମାନସିକ ଯନ୍ତ୍ରଣା ଦିଆଯାଉଛି ତାଙ୍କର ରୋଗ ମଧ୍ୟ ଦ୍ୱିଗୁଣା ବଢି ଯାଉଛି । ଏଣୁ ଏ ଦୀଗରେ ତୁରନ୍ତ କ୍ଷତିପ୍ରଭାକୁ ଉନ୍ନତ ସେବା ଯୋଗଇଦେବା ସହିତ କ୍ଷତିପୁରଣ ପ୍ରଦାନ କରିବାପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.