Home ଜିଲ୍ଲା ପରିକ୍ରମା ତୁଳସୀପୁର ବାର୍ଷିକ ବିଦ୍ୟାର୍ଥୀ ପ୍ରତିଭା ପ୍ରୋତ୍ସାହନ ଉତ୍ସବ

ତୁଳସୀପୁର ବାର୍ଷିକ ବିଦ୍ୟାର୍ଥୀ ପ୍ରତିଭା ପ୍ରୋତ୍ସାହନ ଉତ୍ସବ

3

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ସରସଦା ପଂଚାୟତ ତୁଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ବିଦ୍ୟାର୍ଥୀ ପ୍ରତିଭା ପ୍ରୋତ୍ସାହନ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ,ମୁଖ୍ୟବକ୍ତା ବିଡ଼ିଓ ଦେବଦତ ଦାଶ,ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଂଚ ରମେଶ ଜେନା, ସ୍ତମ୍ଭକାର କାର୍ତିକ ଚଦ୍ର ସ୍ୱାଇଁ, ସିଆରସିସି ବିଶ୍ୱରଂଜନ ଷେଣ୍ଢ, ଶିକ୍ଷାବିତ୍ ଗଦାଧର ସାମଲ,କବି ରମାକାନ୍ତ ବେହେରା,ଜଗନ୍ନାଥ ସାମଲ,ଯୁବନେତା ଲଳିତ ରାଉତ, ସୁରେନ୍ଦ୍ର ପାଲ, ରାମଚନ୍ଦ୍ର ସେନାପତି,ସ୍କୁଲ କମିଟି ସଭାପତି ପ୍ରଭାତ ସାମଲ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ସାମଗ୍ରିକ ବିକାଶ ସକାଶେ ବାର୍ଷିକ ଉତ୍ସବର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ବରିଷ୍ଟ ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷକ ରଞ୍ଜନ ଦେ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ। ବୌଦ୍ଧିକ ଏବଂ ସହ ସୈଖିକ କାର୍ଯ୍ୟରେ ସଫଳ ବିଦ୍ୟାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ ମିନତି ସିଂ ଓ ଶିକ୍ଷକ ପ୍ରମୋଦ ସାମଲ ଧନ୍ୟବାଦ୍ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଅଭିଭାବକ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.