Home ଓଡ଼ିଶା ଇଜିପ୍ଟ ପରେ ତୁର୍କିରୁ ଆସିବ ୧୧ ହଜାର ମେଟ୍ରିକ ଟନ ପିଆଜ

ଇଜିପ୍ଟ ପରେ ତୁର୍କିରୁ ଆସିବ ୧୧ ହଜାର ମେଟ୍ରିକ ଟନ ପିଆଜ

561

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ତୁର୍କୀରୁ ଆସିବ ୧୧ ହଜାର ମେଟ୍ରିକ ଟନ ପିଆଜ। ଏନେଇ ଏମଏମଟିସି ଆଦେଶ ଦେଇଛି। ଏହି ପିଆଜ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ଭାରତରେ ପହଁଚିବ।

ସୂଚନାଯୋଗ୍ୟଯେ, ପୂର୍ବରୁ ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରିକ ଟନ ପିଆଜ ଖୁବଶୀଘ୍ର ଇଜିପ୍ଟରୁ ଆସି ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦରରେ ପହଁଚିବ। ଏହା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଁଚିଯିବ ବୋଲି ଆଶା କରାଯାଉଛି। ଏହାଛଡ଼ା ପିଆଜ ପୂର୍ବ-ମୁମ୍ବାଇ ଦର ଅନୁସାରେ କିଲୋପ୍ରତି ୫୨ ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି। ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ। ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି। ବିଦେଶରୁ ଆମଦାନୀ ହେଉଥିବା ପିଆଜ ଡିସେମ୍ବର ପ୍ରଥମ ସପ୍ତାହଠାରୁ ଯୋଗାଇ ଦିଆଯିବ। ଦିଲ୍ଲୀରେ ମଦର ଡାଏରୀ, କେନ୍ଦ୍ରୀୟ ଭଣ୍ଡାର ଓ ଏନସିସିଏଫ ଏବଂ ନିଜସ୍ୱ ବିକ୍ରୟ କେନ୍ଦ୍ର ଜରିଆରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.