Home ଜିଲ୍ଲା ପରିକ୍ରମା ତୀର୍ଥଯାତ୍ରୀ ବସ୍‌ର ପଛକୁ ପିଟିଲା କେଂଟନର, ୧୨ ଗୁରୁତର ଆହତଙ୍କ ମଧ୍ୟରୁ ୭ କଟକ ସ୍ଥାନାନ୍ତର

ତୀର୍ଥଯାତ୍ରୀ ବସ୍‌ର ପଛକୁ ପିଟିଲା କେଂଟନର, ୧୨ ଗୁରୁତର ଆହତଙ୍କ ମଧ୍ୟରୁ ୭ କଟକ ସ୍ଥାନାନ୍ତର

3

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଛତାବର ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ପଛରୁ କେଂଟନରଟିଏ ଧକ୍କାଦେବା ଫଳରେ ୧୨ ଜଣ ଯାତ୍ରୀ ଆହତ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଟାଟାରୁ ପୁରୀ ଅଭିମୁଖେ ଯାଉଥିବା ନିନି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ଟିର ଚକା ଫାଟିଯିବାରୁ ସେ ୧୬ନଂ ଜାତୀୟ ରାଜପଥରେ ଅଟକି ଟାୟାର ବଦଳାଉଥିବାବେଳେ ପଛରୁ ଦ୍ରୁତଗତିରେ ଆସୁଥିବା କେଂଟନରଟିଏ ଖୁବଜୋରରେ ଧକ୍କା ଦେଇଥିଲା। ଫଳରେ ବସ୍‌ଟିରେ ବସିଥିବା ଓ ତଳେ ଚଳପ୍ରଚଳ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ହୋଇପଡିଥିଲେ। ଖବର ପାଇ ଭଣ୍ଡାରିପୋଖରୀ ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। ଖବର ପାଇ ଜିଲାପାଳ ଦିଲ୍ଲୀପ ରାଉତରାୟ ଡାକ୍ତରଖାନାରେ ପହଂଚି ଆହତ ହୋଇଥିବା ସମସ୍ତ ବାହାର ରାଜ୍ୟର ଯାତ୍ରୀଙ୍କ ମଧ୍ୟରୁ ଗୁରୁତର ଥିବା ୭ ଜଣଙ୍କୁ କଟକ ସ୍ଥାନାନ୍ତର କରିବାର ବନ୍ଦୋବସ୍ତ କରିଥିଲେ। ଏବେ ୫ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ୧୨ ଜଣଙ୍କ ମଧ୍ୟରେ କେଂଟନରର ଡ୍ରାଇଭର ଓ ହେଲପର ରହିଥିବାବେଳେ ସୁସ୍ଥ ଥିବା ଯାତ୍ରୀମାନଙ୍କର ଯିବାପାଇଁ ଆଂଚଳିକ ପରିବହନ ବିଭାଗ ବ୍ୟବସ୍ଥା କରୁଥିବାର ଜଣାପଡିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ବୋଲି ଭଣ୍ଡାରିପୋଖରୀ ଥାନାଧିକାରୀ ମହାପ୍ରସାଦ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.