ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ସଭା ମାଧ୍ୟମରେ ୧୪ଟି ରୂପାନ୍ତରିତ ହାସ୍କୁଲକୁ ଲୋକାର୍ପିତ କରିଛନ୍ତି । ବ୍ଲକର ସାହାପୁର ଲକ୍ଷ୍ମୀନାରାୟଣ କୃଷକ ସହଯୋଗ ହାଇସ୍କୁଲ, ଗୁଆମାଳ ବୀଣାପାଣି ହାଇସ୍କୁଲ, ବାରୋ ହାଇସ୍କୁଲ, କୋହ୍ଲ ହାଇସ୍କୁଲ, ତିଆଡ଼ିସାହି ବାସନ୍ତୀ ନୋଡାଲ ହାଇସ୍କୁଲ, ସାମନ୍ତରାୟପୁର ନୋଡାଲ ହାଇସ୍କୁଲ, ସୟା ବିପିଏସ ହାଇସ୍କୁଲ, ଅଚକ ଅଞ୍ଚଳିକ ସହଯୋଗ ହାଇସ୍କୁଲ, ମହରପୁର ଉମାଚରଣ ସହଯୋଗ ହାଇସ୍କୁଲ, ପାଳିଆବିନ୍ଧା ରାମାନୁଜ ବିଦ୍ୟାପୀଠ, ଦହପାଣିଆ ସରକାରୀ (ଏସ୍ଏସଡି) ହାଇସ୍କୁଲ, କାଁପଡ଼ା ବାସୁଳୀ ନୋଡାଲ ହାଇସ୍କୁଲ, ତାଳପଦା ନୋଡାଲ ହାଇସ୍କୁଲ, ବାହାବଳପୁର ନନ୍ଦକିଶୋର ନୋଡାଲ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଥିଲେ ଯେ, ୫-ଟି ଯୋଜନାରେ ରୂପାନ୍ତରୀକରଣ ସ୍କୁଲ ଶିକ୍ଷାର ବିକାଶ କରିପାରିବ ବୋଲି କହିଥିଲେ । ଏହି ଉଦ୍ଘାଟନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଯୋଗ ଦେଇ ବାକିଥିବା ଅନ୍ୟ ହାଇସ୍କୁଲ ଗୁଡ଼ିକ ଖୁବ୍ ଶୀଘ୍ର ରୂପାନ୍ତରୀକରଣରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ । ବ୍ଲକ ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ ଓ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ସମୀର କୁମାର ମାନ୍ନା, ଭୀଷ୍ମଦେବ ଶତପଥି, ଭରତ ଚନ୍ଦ୍ର ବିଶ୍ୱାଳ, ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ତନୁଜା ମିଶ୍ର, ସୁପର ଭାଇଜର ଭାବେ ଏବିଡିଓ ମାନସ କୁମାର ଜେନା, ବିଏସଏସଓ ନିହାର ରଂଜନ ରାଉତ, ପିଇଓ ନଳିନୀକାନ୍ତ ଦାସ, ଦୀନବନ୍ଧୁ ମହାନ୍ତି, ଅରୁଣ କୁମାର ପଣ୍ଡା, ବାସୁଦେବ ବେହେରା, ସୁକାନ୍ତୀଲତା ବାରିକ, ଶୁଭ୍ରାଂଶୁ ଶେଖର ତ୍ରିପାଠୀ, ମନୋରଂଜନ ଦଳେଇ, ରୁନୁରାଣୀ ମଲ୍ଳିକ ଓ ଏନଏ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଏହି ୧୪ଟି ୫-ଟି ରୂପାନ୍ତରୀକରଣ ସ୍କୁଲ ଦାୟିତ୍ୱରେ ଥିଲେ । ବିଡିଓ ଜ୍ୟୋତିର୍ମୟ କର ବାସୁଦେବପୁର ମନ୍ଦାରି ସ୍କୁଲରେ ହେଉଥିବା ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିଲେ । ତେବେ ବିଡିଓ ଶ୍ରୀ କର ତିହିଡ଼ି ବ୍ଲକରେ ଯୋଗ ଦେବା ବେଳେ ୫-ଟି କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲା । ସେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଲୋକାର୍ପଣ ସମୟରେ ସମସ୍ତ ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।