ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ସପ୍ତା ପୂଜା ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଅଛି । ଏହି ପୂଜା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଚାଲିବ । ସପ୍ତା ପୂଜା ପ୍ରାରମ୍ଭରେ କଳସ ବୁଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମ ଦିନ ଠାରୁ ୯ଦିନ ପର୍ଯ୍ୟନ୍ତ ଭାଗବତ ପାଠ ସମେତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥି ସହ ପ୍ରତିଦିନ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥାନ୍ତି । ତିହିଡ଼ି ଗ୍ରାମରେ ଏହି ସପ୍ତା ପୂଜା ଦୀର୍ଘ ୭୨ ବର୍ଷ ଧରି ପାଳିତ ହୋଇ ଆସୁଅଛି । କର୍ତ୍ତା ଭାବେ ନୃସିଂହଦେବ ପତି ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ପତି କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଭାବେ ଲକ୍ଷ୍ମୀଧର କର, ମନୋଜ ପାଢ଼ୀ, କୃଷ୍ଣ ଚନ୍ଦ୍ର ପଣ୍ଡା ପୂଜାକାର୍ଯ୍ୟ ଓ ଭାଗବତ ପାଠ କରୁଛନ୍ତି । ଭାଗବତ ଶ୍ର୍ରୋତା ଭାବେ ଗ୍ରାମର ବହୁ ମହିଳା ଓ ପୁରୁଷ ନିଷ୍ଠାର ସହ ପ୍ରତିଦିନ ଭାଗବତ ଶ୍ରବଣ କରିଥାନ୍ତି । ଗ୍ରାମ କମିଟିର କର୍ମକର୍ତ୍ତା ବାପୁଜୀ ନାୟକ, ସଚିକାନ୍ତ ନାୟକ, ରମାକାନ୍ତ ନାଥ, ପ୍ରଭାତ ରାଉଳ, ରଘୁନାଥ ପାତ୍ର, ସପ୍ତା କମିଟିର କର୍ମକର୍ତ୍ତା ଅମର ପାଣି, ଗଗନ ବିହାରୀ ଦାସ, ସଂଜୀବ ପଣ୍ଡା, ସନ୍ଧ୍ୟାରାଣୀ ଦାଶ, କମଳାକାନ୍ତ ପଣ୍ଡା, ରଘୁବର ନାଥ, କୈଳାସ ପାତ୍ର, ଅଶୋକ ନାୟକ, କୃଷ୍ଣମୋହନ ନାୟକ, ଭରତ ପାତ୍ର, ଗାୟତ୍ରୀ ପାତ୍ର, ଭାଗିରଥି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।