Home ଜିଲ୍ଲା ପରିକ୍ରମା ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମଙ୍କ ବେଆଇନ ବଦଳି ବାତିଲ ଦାବିରେ ସ୍ୱାସ୍ଥ୍ୟ କର୍ମୀ ଓ ଆଶାକର୍ମୀଙ୍କ ଗଣଧାରଣା,...

ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମଙ୍କ ବେଆଇନ ବଦଳି ବାତିଲ ଦାବିରେ ସ୍ୱାସ୍ଥ୍ୟ କର୍ମୀ ଓ ଆଶାକର୍ମୀଙ୍କ ଗଣଧାରଣା, କାର୍ଯ୍ୟାଳୟରେ ଝୁଲିଲା ତାଲା, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ ଧାରଣା

6
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରକଳ୍ପ ପରିଚାଲିକା (ବିପିଏମ) ଶାନ୍ତି ଲତା ମିଶ୍ରଙ୍କୁ ବେଆଇନ ଭାବେ ବଦଳି କରାଯାଇଛି।ଏହି ବେଇଆନ ବଦଳିକୁ ବାତିଲ କରିବା ଦାବିରେ ସୋମବାର ସ୍ୱାସ୍ଥ୍ୟକର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ବଦଳି ବାତିଲ ନହେବା ଯାଏ ସେମାନେ ଧାରଣା ଚାଲୁ ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଧାରଣାକାରୀ ମାନେ ସ୍ୱାସ୍ତ୍ୟକନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ବିଭିନ୍ନ ବିଭାଗର କାର୍ଯ୍ୟାଳୟକୁ ଅଚଳ କରିଦେଇଥିଲେ।ବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟକୁ ଯାଇପାରିନଥିଲେ। ଯାହାଫଳରେ କାର୍ଯ୍ୟାଳୟ ମାନଙ୍କରେ ତାଲା ଝୁଲିଥିବା ବେଳେ ଅଧିକାରୀମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା।ଫଳରେ ଜନସାଧରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। କେତେକ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଜିଲାପାଳଙ୍କୁ ଭେଟି ବଦଳି ବାତିଲ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି କ୍ଷ ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ ଶ୍ରୀମତୀ ମିଶ୍ର ସୁଚାରୁରୂପେ ନିଜର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କୁ ଆକସ୍ମିକ ଭାବେ ବଦଳି କରାଯିବା ଯୁକ୍ତି ସଙ୍ଗତ ନୁହେଁ । ତାଙ୍କ ସ୍ଥାନରେ ଯେଉଁ ନୂଆ ବିପିଏମଙ୍କୁ ନିଯୁକ୍ତି ଦିଆଯାଇଛି ତାଙ୍କ ଘର ତିହିଡି଼ ଅଂଚଳରେ ହୋଇଥିବାରୁ ବିଭିନ୍ନ ସମୟରେ ବିଶୃଙ୍ଖଳା ଉପୁଜିବା ସମ୍ଭାବନା ରହିଛି କ୍ଷ ନୂଆ ବିପିଏମଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି କରାଯାଇଛି । ତେବେ ନୂଆ ବିପିଏମ ସୋମବାର କାର୍ଯ୍ୟରେ ଯୋଗଦେବାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ଧାରଣା କାରୀମାନେ ତାଙ୍କୁ ବିରୋଧ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଉପରତାଲାରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟାଳୟ ରହିଛି।ଏହିକାର୍ଯ୍ୟାଳୟକୁ ଯିବାପାଇଁ ସିଡ଼ି ପାହାଚକୁ ଧାରଣାକାରୀ ମାନେ ଅବରୋଧ କରିଥିବାରୁ ଉପରତାଲାରେ ଥିବା କାର୍ଯ୍ୟାଳୟକୁ କୌଣସି ସ୍ୱାସ୍ଥ୍ୟ କର୍ମଚାରୀ ଯାଇ ପାରିନଥିବାରୁ କାର୍ଯ୍ୟାଳୟ ବନ୍ଦ ଥିବା ଜଣାଯାଇଛି । ଆଶାକର୍ମୀ ସଂଘ ସଭାପତି ଅନ୍ନପୂର୍ଣ୍ଣା ଦାସ, ସମ୍ପାଦିକା ଶ୍ରଦ୍ଧାଞ୍ଜଳି ନାୟକ, ସବିତା ଦାସ, ଭାରତୀ ପଣ୍ଡା, ଲିଜାଲିନ ପ୍ରଧାନ, ନିରୁପମା ପାଢ଼ୀ, ମମତା ଓଝା, ସେବତୀ ରାଉଳଙ୍କ ସମେତ ସୁକାନ୍ତି ଲତା ନାୟକ, କନକକାନ୍ତି ଦାସ, ବିମଳାରାଣୀ ଗୋଛାୟତ, ଅର୍ଚ୍ଚନା ବେହେରା, ଜ୍ୟୋତିପ୍ରଭା ଜେନା, ମନୋଜ ମଞ୍ଜରୀ ମହାନ୍ତି, ସତ୍ୟବ୍ରତ ଗିରି, ଭାନୁପ୍ରତାପ ଓଝା, ଦୀପକ କୁମାର ମଲ୍ଲିକ ପ୍ରମୁଖ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନରେ ସାମିଲ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.