Home ଜିଲ୍ଲା ପରିକ୍ରମା ତିହିଡି ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟଙ୍କୁ ନିଲମ୍ବନ ଘଟଣା,ପରିଚାଳନା କମିଟିକୁ ବିଦ୍ୟାମନ୍ଦିର ଭିତରକୁ ପ୍ରବେଶ କରିବାକୁ...

ତିହିଡି ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟଙ୍କୁ ନିଲମ୍ବନ ଘଟଣା,ପରିଚାଳନା କମିଟିକୁ ବିଦ୍ୟାମନ୍ଦିର ଭିତରକୁ ପ୍ରବେଶ କରିବାକୁ ନିଷେଧ କଲା ଶିକ୍ଷାବିକାଶ ସମିତି

7

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟଙ୍କୁ ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟି ନିଲମ୍ବିତ କରିଥିଲେ। ଏହାର ପ୍ରତିବାଦ କରି ସ୍କୁଲର ଗୁରୁଜୀ ଗୁରୁମା ବିଦ୍ୟାମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ।ଖବର ପାଇ ଶିକ୍ଷାବିକାଶ ସ୍କୁଲରେ ପହଂଚି ସମସ୍ତ ବିଷୟ ଉପରେ ତର୍ଜମା କରିଥିଲେ। ପରେ ନୂତନ କରି ଗଠିତ ହୋଇଥିବା ବିଦ୍ୟାମନ୍ଦିର ପରିଚାଳନା କମିଟିର କର୍ମକର୍ତା ବିଦ୍ୟାମନ୍ଦିର ଭିତରକୁ ପ୍ରବେଶ ନକରିବା ପାଇଁ ନିଷେଧ କରିଥିଲେ। ଫଳରେ ସ୍କୁଲର ଶୈକ୍ଷିକ ବାତାବରଣ ସ୍ୱାଭାବିକ ହୋଇଥିଲା। ପରୀକ୍ଷା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତ ନଉପୁଜିବା ପାଇଁ ନୂତନ କମିଟିକୁ ସ୍କୁଲ ଭିତରୁ ପ୍ରବେଶକୁ ନିଷେଧ କରାଯାଇଥିବା ଜଣାଯାଇଛି।ଶିକ୍ଷାବିକାଶ ସମିତିର ସଂଭାଗ ସମ୍ପାଦକ ସୁବ୍ରତ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ କମିଟି ସଦସ୍ୟ,ଗୁରୁଜୀ,ଗୁରୁମା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟଯେ ବିଦ୍ୟାମନ୍ଦିରର ନୂତନ କମିଟି ବେଆଇନ ଭାବେ ଗଠନ ହୋଇଥିବା ନେଇ ଅଭିଯୋଗ ହୋଇଅସୁଥିଲା ।ତେବେ ଅଭିଯୋଗକୁ ଅଧାରକରି ଶିକ୍ଷାବିକାଶ ସମିତି ଏପରି ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.