ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ମହୋତ୍ସବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥିଭାବେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଯୋଗ ଦେଇ ସୋସିଆଲ ମିଡିଆର ଆନନ୍ଦ ଅସ୍ଥାୟୀ ହୋଇଥିବାବେଳେ କଳାସଂସ୍କୃତି ଶାଶ୍ୱତ ବୋଲି କହିଥିଲେ। ମୁଖ୍ୟବକ୍ତାଭାବେ ବିଡିଓ ନିରଞ୍ଜନ ବାରିକ ଯୋଗଦେଇ ମହୋତ୍ସବ ପାରମ୍ପାରିକ କଳା ଓ ସଂସ୍କୃତିକୁ ବଂଚାଇ ରଖିବାରେ ସହାୟକ ହୋଇଥାଏ।ସମ୍ନାନିତ ଅତିଥିଭାବେ ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଅଗ୍ନିଶମ ଅଧିକାରୀ ପ୍ରଫୁଲ ପରିଡା ପ୍ରମୁଖ ଯୋଗଦେଇ ମହୋତ୍ସବ ଅଂଚଳର ଐତିହକୁ ମନେ ପକେଇଦେଇଥାଏ ବୋଲି କହିଥିଲେ।ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଓ ଡ଼ଃ ଲକ୍ଷ୍ମୀଧର ତ୍ରିପାଠୀ ଅତିଥିପରିୟ ପ୍ରଦାନ କରିଥିଲେ। ଡ଼ ଅମୂଲ୍ୟ ସେନାପତି ଓ ଯଯାତି କେଶରୀ ଦାସଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନୃତ୍ୟ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଗଞ୍ଜାମର ପ୍ରସିଦ୍ଧ ବାଘ ନୃତ୍ୟ ଓ ବିଶିଷ୍ଟ ସମ୍ବଲପୁରୀ ଗାୟକ ରୁକୁସେନା ଓ ସାଥିଙ୍କ ନୃତ୍ୟ,ଗୀତ ଦର୍ଶକଙ୍କ ମନ ମୋହିଥିଲା । ସମ୍ବର୍ଦ୍ଧିତ ପ୍ରତିଭା ଭାବେ ତିହିଡି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶିବାଶିଷ ଶଡଙ୍ଗୀ, ୟୁକୋ ବ୍ୟାଙ୍କ ମ୍ୟାନେଜର ଶିବ ନାରାୟଣ ମହାପାତ୍ର,ଏଚ୍.ଡି.ଏଫ୍.ସି ମ୍ୟାନେଜର ସୂର୍ଯ୍ୟକାନ୍ତ ନାୟକ ଓ ଚାଷୀ ଉପେନ୍ଦ୍ରନାଥ ପାଣିଗ୍ରାହୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସଦଙ୍କ ତିହିଡି ବ୍ଲକ ପ୍ରତିନିଧି ସୀତାକାନ୍ତ ନାୟକ, ମହୋତ୍ସବ କମିଟି ପକ୍ଷରୁ ଧୀରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ବସନ୍ତ ମହାପାତ୍ର,ସଚ୍ଚିକାନ୍ତ ନାୟକ,ମନୋଜ ପାଣିଗ୍ରାହୀ, ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ, ବିସ୍ମୟ ବିହାରୀ ସାହୁ, କୈଳାସ ବେହେରା, ଜୟକୃଷ୍ଣ ସେଠୀ, ପ୍ରତାପ ଜେନା, ଶୁଭମ ସାର୍ଥକ ଜେନା, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ,ନୀଳମଣି ସାବତ,ସୁଶାନ୍ତ ଯତି ପ୍ରମୁଖଙ୍କ ସମେତ ତିହିଡି ଅଂଚଳର ବହୁ ସାମାଜିକ ସଂଗଠନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।








