Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକ ପାଇଁ ସାଂସଦଙ୍କ ପ୍ରତିନିଧି ଭାବେ ସୀତାକାନ୍ତ ନାୟକ ମନୋନୀତ

ତିହିଡି ବ୍ଲକ ପାଇଁ ସାଂସଦଙ୍କ ପ୍ରତିନିଧି ଭାବେ ସୀତାକାନ୍ତ ନାୟକ ମନୋନୀତ

15

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଇଁ ସାଂସଦ ଅଭିମନ୍ୟୁ ସେଠୀଙ୍କ ପ୍ରତିନିଧି ଭାବେ ବିଜେପି ନେତା ସୀତାକାନ୍ତ ନାୟକ ମନୋଳିତ ହୋଇଥିବା ଜଣାପଡିଛି । ଏନେଇ ସାଂସଦ ଶ୍ରୀ ସେଠୀ ଜିଲାପାଳ ଓ ତିହିଡି଼ ବିଡ଼ିଓଙ୍କୁ ଅବଗତ କରାଇଛନ୍ତି । ଭାଟପଡ଼ା ପଂଚାୟତ ଅଧୀନ ତିହିଡି଼ ଗ୍ରାମର ସୀତାକାନ୍ତ ଛାତ୍ର ଜୀବନରୁ ଏବିଭିପିରେ ରହି ଛାତ୍ର ସଂଗଠନକୁ ସୁଦୃଢ କରିଥିଲେ । ପରେ ସେ ଭାଜପାରେ ବ୍ଲକ କର୍ମକର୍ତା ରହି ଦଳକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ସେ ସାଂସଦଙ୍କ ପ୍ରତିନିଧି ହେବା ପରେ ସାଂସଦ ଶ୍ରୀ ସେଠୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲା ସଭାପତି ଭଗବାନ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୀତାକାନ୍ତଙ୍କୁ ଏହି ପଦବୀ ମିଳିବା ପରେ ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ସାଇସାରଣ ବେହେରା, ଅଜୟ ମହାନ୍ତି, ସରପଂଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ସଞ୍ଜୀବ ବେହେରା, ବରିଷ୍ଠ ନେତା ରଘୁନାଥ ପାତ୍ର, ଶୁକଦେବ ମଳିକ, ଦେବେନ୍ଦ୍ର ପୁହାଣ, ସଂଗ୍ରାମ ମହାନ୍ତି,ପ୍ରିୟବ୍ରତ ପାଢ଼ୀ, ପ୍ରତାପ ଜେନା, ଭରତ ସାହୁ, ତପନ ପାଢ଼ୀ , ଗଣେଶ କର,ଶିବ ପ୍ରସାଦ ନାଥ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.