ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବଜାର ସ୍ଥିତ ନାଇସ ହାଇଟେକ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ସୋମନାଥ ପାଢ଼ୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ କୃପାସିନ୍ଧୁ ଖୁଂଟିଆ, ସମ୍ମାନିତ ଅତିଥି ଭାବେ ତକ୍ଷଳପଦା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ ଚନ୍ଦ୍ର ସାହୁ ଓ ବରାଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ମହଲା ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ କରିବାକୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଅଭିଭାବକଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍କୁଲ ପିଲାମାନେ ନୃତ୍ୟ, ସଂଗୀତ, କମେଡି ପରିବେଷଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ପିଲା ମାନଙ୍କ ସଂଗୀତ,ନୃତ୍ୟ, ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା ।ଏଥିସହ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ‘ଏକ ଶିକ୍ଷଣୀୟ ନାଟକ “‘ରୁବିର ମୋବାଇଲ ନିଶା’ ମଂଚସ୍ଥ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ସ୍କୁଲ ପକ୍ଷରୁ ନିବେଦିତା ଲେଙ୍କା,ସୁକାନ୍ତି ଦାସ, ଧୀରେନ୍ଦ୍ର ମହାନ୍ତି, ନନ୍ଦନ ଦାସ, ଦେବଷ୍ମୀତା ତ୍ରିପାଠୀ, ଇତିଶ୍ରୀ ସାମଲ, ସବିତା ପ୍ରଧାନ, ସୂର୍ଯ୍ୟକାନ୍ତ ମଲିକ, ଲିଜାରାଣୀ ବଳ, ପ୍ରମୁଖ ପରିଚାଳନକ୍ଷରେ ସହଯୋଗ କରିଥିଲେ । ଏହି ବାର୍ଷିକ ଉତ୍ସବରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ,ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇଥିଲେ ।







