Home ଜିଲ୍ଲା ପରିକ୍ରମା ତିହିଡି ତହସିଲ କାର୍ଯ୍ୟାଳୟରେ ଖାଲି ପଡିଛି ପଦବୀ , ହଇରାଣ ହେଉଛନ୍ତି ଲୋକ, ୪ କିରାଣୀ...

ତିହିଡି ତହସିଲ କାର୍ଯ୍ୟାଳୟରେ ଖାଲି ପଡିଛି ପଦବୀ , ହଇରାଣ ହେଉଛନ୍ତି ଲୋକ, ୪ କିରାଣୀ ପଦବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଆଇନ୍‌ଜୀବୀ

3

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ କାର୍ଯ୍ୟାଳୟରେ କେତକ ପଦବୀ ଖାଲି ପଡ଼ିଛି। ପଦବୀ ଗୁଡିକ ଖାଲିପଡିଥିବାରୁ ଲୋକମାନଙ୍କର ଠିକ ସମୟରେ କାମ ହୋଇପରୁନାହିଁ। ଯାହାଫଳରେ ଲୋକ ମାନେ ହଇରାଣ ହେଉଛନ୍ତି।ମୁଖ୍ୟତଃ କାର୍ଯ୍ୟାଳୟରେ ଖାଲିପଡିଥିବା ୪କିରାଣୀ ପଦବୀ ପୂରଣ ପାଇଁ ଆଇନିଜୀବୀ ମାନେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଭେଟି ଦାବିକରିଛନ୍ତି।ତୁରନ୍ତ ପଦବୀ ପୂରଣ କରିବାକୁ ଅନୁରୋଧ କରିଛନ୍ତି। ତିହିଡି଼ ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଇନଜୀବୀମାନେ ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ୩ଜଣ କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏହାଛଡ଼ା ଅନ୍ୟଜଣେ କିରାଣୀ ଅବସର ନେଇଛନ୍ତି । ୪ କିରାଣୀ ପଦବୀ ଖାଲି ପଡିଥିବାରୁ କାର୍ଯ୍ୟାଳୟରେ ଏକପ୍ରକାର ଅଚଳବସ୍ଥା ସୃଷ୍ଟି ହୋଇଛି । ଦୂର ଦୂରାନ୍ତରୁ କାର୍ଯ୍ୟାଳୟକୁ ଯାଉଥିବା ଲୋକମାନଙ୍କର କାର୍ଯ୍ୟ ହୋଇ ପାରୁନାହିଁ । ବାରମ୍ବାର କାର୍ଯ୍ୟାଳୟକୁ ଯାଇ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ହୋଇ ପାରୁନଥିବାରୁ ଏପ୍ରକାର ପରିସ୍ଥିତି ଉପୁଜୁଥିବା ଆଇନଜୀବୀ ବିଷ୍ଣୁ ଚରଣ ଦାଶ,ସୁଧାଂଶୁ ଶେଖର ମାହୁନ୍ତ, ତୁଷାରକାନ୍ତ ସ୍ୱାଇଁ,ନଳିନୀକାନ୍ତ ନାୟକ,ହିମାଂଶୁ ଭଟ୍ଟାଚାର୍ଯ୍ୟ, ମନୋରଞ୍ଜନ ଦାସ, ରତିକାନ୍ତ ନାଥ, ସୁବାସ ବେହେରା ପ୍ରମୁଖ ଦର୍ଶାଇଥିଲେ । ଜିଲ୍ଲାପାଳ ଶ୍ରୀ ରାଉତରାଏ କିରାଣୀ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.