ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଭଦ୍ରକ ଜିଲ୍ଲା ତିହିଡି଼ ଗ୍ରାମରେ ଗଙ୍ଗା ମାତାଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛ। ପବିତ୍ର ବାରୁଣୀ ମେଳା ଅବସରରେ ଏହି ପୂଜା ଅନୁଷ୍ଠିତ ହେଉଥିବା ଜଣାଯାଇଛି । ସୋମବାର କଳସ ବୁଡ଼ାଯିବା ପରେ ମଙ୍ଗଳବାର ଠାରୁ ମାଙ୍କ ପୂଜାଅର୍ଚ୍ଚନା କରାଯାଉଛି ।୧୯୭୧ରେ ହରିପୁର ଗ୍ରାମର ସ୍ୱର୍ଗତ ଗୋଲକ ପ୍ରସାଦ ଜେନା ତିହିଡି଼ ଗ୍ରାମ ଶେଷ ଭାଗରେ ଥିବା ପୋଖରୀ କୂଳରେ ଏହି ପୂଜା ଆରମ୍ଭ କରିଥିଲେ ।ସେହିଦିନ ଠାରୁ ଗ୍ରାମବାସୀଙ୍କ ସହଯୋଗରେ ବେଶ ଯାକଯମକର ସହ ବାରୁଣୀ ମେଳା ଓ ଗଙ୍ଗାମାତାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି ।ଗୋଲକଙ୍କ ଡାକ ନାଁ କେଳା ହୋଇଥିବାରୁ ଅଧିକାଂଶ ଲୋକ ଏହାକୁ କେଳା ବାରୁଣୀ ବୋଲି କହିବା ସହ ପୋଖରୀକୁ ବାରୁଣୀ ପୋଖରୀ କହିଥାନ୍ତି। ବାରୁଣୀ ସ୍ଥଳରେ ଥିବା ସେହି ପୋଖରୀର ମଧ୍ୟ ବେଶ ମାହାତ୍ମ୍ୟ ରହିଛ। କଥିତ ଅଛି ପୂର୍ବରୁ ବିବାହ, ବ୍ରତ ଇତ୍ୟାଦି ଶୁଭକାର୍ଯ୍ୟରେ ସେହି ପୋଖରୀ ପାଖକୁ ଯାଇ ଲୋକମାନେ ଗଙ୍ଗାମାତାଙ୍କୁ ସୁମରଣା କରିଥାନ୍ତି । ମା ସଦୟ ହୋଇ ସେହି ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା ବାସନକୁସନ ଓ ଅନ୍ୟ ସାମଗ୍ରୀ ପଠାଇଥାନ୍ତି।କାମକାର୍ଯ୍ୟ ସରିବା ପରେ ଲୋକମାନେ ସେହି ସାମଗ୍ରୀକୁ ପରିଷ୍କାର କରି ପୁଣି ପୋଖରୀରେ ଭସାଇ ଦେଇଥାନ୍ତି । ତେବେ ସମୟ ବଦଳିବା ସହ ଲୋକଙ୍କ ଆର୍ôଥକାବସ୍ଥାର ପରିବର୍ତ୍ତନ ଘଟିବା ଯୋଗୁଁ ଏହା ବନ୍ଦ ହୋଇଯାଇଥିବା କୁହାଯାଏ । ତେବେ ଏହି ମେଳାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।ସେମାନେ ମାଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କର୍ତ୍ତା ଭାବେ ସର୍ବେଶ୍ୱର ନାୟକ, ପୂଜକ ଭାବେ ଶୁକଦେବ ଦାସ ଓ ରଘୁନାଥ ଦାସ ପୂଜା କାର୍ଯ୍ୟ ତୁଲାଉଛନ୍ତି । କର୍ତ୍ତା ଭାବେ ସର୍ବେଶ୍ୱର ନାୟକ ଓ ତାଙ୍କ ପତ୍ନୀ ଝୁନୁଲତା ନାୟକ,ଗଣେଷ ପ୍ରସାଦ ଜେନା ପୂଜାକାର୍ଯ୍ୟ ତୁଲାଉଛନ୍ତି।ବାରୁଣୀ ମେଳା କମିଟିର ସଭାପତି ପ୍ରଭାତ କୁମାର ରାଉଳ, ସମ୍ପାଦକ ବିଷ୍ଣୁଚନ୍ଦ୍ର ଦାସ, ସଦସ୍ୟ ପାର୍ଥସାରଥୀ ଦାସ, ବାପୁଜୀ ନାୟକ, ମନୋରଞ୍ଜନ ବେହେରା, ବିଜୟ ସାହୁ, ହରିହର ନାୟକ,ସଞ୍ଜୟ ହାତୀ,ବିକ୍ରମ ଜେନା,ଅଭିମନ୍ୟୁ ବେହେରା,ବିଶ୍ୱନାଥ ମହାରଣା,ପ୍ରେମାନନ୍ଦ ନାୟକ,ମନୋରଞ୍ଜନ ବେହେରା, ନାରାୟଣ ଚନ୍ଦ୍ର ଜେନା, ମାନସ ପଣ୍ଡା,ରାଜେଶ ନାୟକ,ମହେଶ୍ୱର ବାରିକ,ଭଗ ଜେନା ପ୍ରମୁଖ କମିଟିର ସଦସ୍ୟମାନେ ଉପସ୍ଥିତରହି ମେଳା ପରିଚାଳନାରେ ସହଯୋଗ କରୁଛନ୍ତ।
Home ଜିଲ୍ଲା ପରିକ୍ରମା ତିହିଡି ଗ୍ରାମରେ ଗଙ୍ଗାମାତାଙ୍କ ପୂଜା , ପାଞ୍ଚ ଦିନ ଧରି ଚାଲିବ ବାରୁଣୀ ମେଳା,ମାଙ୍କୁ ସୁମରଣା...








