Home ଜିଲ୍ଲା ପରିକ୍ରମା ତିହିଡି ଓ ଚାନ୍ଦବାଲିରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

ତିହିଡି ଓ ଚାନ୍ଦବାଲିରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

3

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଗଦି ଚାରିତରଫ ଠାରେ ପୂର୍ବତନ ସାଂସଦ ଓ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସମ୍ବର୍ଦ୍ଧନା ବେଳେ ସମାଜସେବୀ ସୁଦର୍ଶନ ସ୍ୱାଇଁ,ବିଶ୍ୱରଞ୍ଜନ ମହାକୁଡ଼,ନିର୍ମଳ ରାଉତ,ମଙ୍ଗୁଳି ଚରଣ ବେହେରା,ଦେବବ୍ରତ ଦାସ,ବ୍ରଜକିଶୋର ପଣ୍ଡା,ଦିଲ୍ଲୀପ ବେହେରା,ଶ୍ରୀରାମ ନାୟକ,ଧୀରେନ୍ଦ୍ର ନାୟକ,ବୁଦ୍ଧିରାମ ବିଶ୍ୱାଳ,ଦିଲ୍ଲୀପ ବିଶ୍ୱାଳ,ପ୍ରମିଳା ମାଝୀ, ବେଣୁଧର ମାଝୀ,ଗଙ୍ଗାଧର ବାରିକ,ରବିନ୍ଦ୍ର ମାହୁନ୍ତ,ମୃତ୍ୟୁଞ୍ଜୟ ନାୟକ,ଅର୍ଜୁନ ବେହେରା,ବିଜୟ ସାମଲ,ଭରତ ସୁତାର,ଭରତ ପଣ୍ଡା,ବଟକୃଷ୍ଣ ସୁତାର,ଅଗଣି ଚରଣ ବାରିକ,ବେଣୁଧର ମାଝୀ,ପୃଥ୍ୱୀରାଜ ନାୟକ, ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତଥିଲେ ।ଗଦିରେ ଏକ ମେଡ଼ିକାଲ କଲେଜ ଖୋଲିବାକୁ ଅଂଚଳବାସୀ ଶ୍ରୀ ସାମନ୍ତଙ୍କ ନିକଟରେ ଦାବିକରିଥିଲେ ।ଶ୍ରୀ ସାମନ୍ତ ସ୍ଥାନୀୟ ଅଂଚଳର ରୋଗୀମାନେ ଚିକିତ୍ସା ହୋଇନପାରି ହାଇରଣ ହେଉଥିବା ଉପଲବ୍ଧି କରି ସମାଜସେବୀ ସାନଭାଇ ସତ୍ୟାନନ୍ଦ ଅଂଚଳର ସମସ୍ୟା ସମ୍ପର୍କରେ କହିଲେ ସେ ସମାଧାନ ଦିଗରେ ପଦକ୍ଷେପ ନେବେବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ କିଟର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଶୁଣିଲେ ଦୁଃଖି ଓ ଅସହାୟଙ୍କ ଦୁଃଖ ,ସହାୟତା କରିବାର ଦେଲେ ପ୍ରତିଶ୍ରୁତି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିରରେ ଯୋଗ ଦେଇ ବାରିପଦା ଯିବା ବାଟରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାର ଗାଦି ବଜାର ନିକଟରେ କିଛି ସମୟ ପାଇଁ ଅଟକି ଥିଲେ । ସେଠାରେ ସାଧାରଣ ଲୋକଙ୍କ ସହ ମିଶିବା ସହ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ । ଅସହାୟ ପରିବାର, ଦୁରାରୋଗ୍ୟରେ ପୀଡିତ ରୋଗୀ, ବେକାର ଯୁବକ ଯୁବତୀ ସମସ୍ତେ ନିଜ ନିଜର ଦୁଃଖ ଜଣାଇ ଥିଲେ । ସମସ୍ତଙ୍କ କଥା ଶୁଣିବା ସହ ଆବଶ୍ୟକ ମୁତାବକ ସହାୟତା ପୂରଣ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯୁବ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ଆୟୋଜନରେ ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଚାନ୍ଦବାଲି ର ବୁଦ୍ଧିଜିବୀ ମହିଳା ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ଚାନ୍ଦବାଲି ବୈତରଣୀ ମୋହୋତ୍ସବ କମିଟିର କର୍ମକର୍ତା,ମତୋ ମା ଗଜଲକ୍ଷ୍ମୀ କମିଟିର କର୍ମକର୍ତା ଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତାମାନେ ପହଂଚି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ନିମନ୍ତ୍ରିତ କରିଥିବା ଦେଖିବାକୁ ମିଳିଛି। ଚାନ୍ଦବାଲି ବ୍ଲକ ର ବେକାର ଯୁବକଯୁବତୀ ମାନଙ୍କୁ ଚାକିରି ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି, ଅଂଚଳ ର ଅସହାୟ ଲୋକମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ର ଦଳ ମତ ନିର୍ବିଶେଷରେ ସମସ୍ତ ଲୋକେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଯଶିପୁର ଗ୍ରାମ ପଂଚାୟତ ର ସରପଂଚ ପ୍ରମିଳା ମାଝୀ, ସାହିତ୍ୟିକ ପ୍ରଫୁଲ୍ଲ ଦାସ, ସୁଦର୍ଶନ ସ୍ୱାଇଁ, ଲକ୍ଷ୍ମୀଧର ରାଉତ,ପୃଥିରାଜ ନାୟକ, ସଞ୍ଜୁଲତା ମାଝୀ, ନରେଶ ବଳ,ସିତାଂଶୁ ନାୟକ,ଦିପକ ଭୋଇ, ସୁରେନ୍ଦ୍ର ପାଢ଼ୀ,ଶରତ ଧଳ, ସୁରେନ୍ଦ୍ର ବିଶ୍ୱାଳ,ଦୀପକ ନାୟକ ଙ୍କ ସମେତ ଶତାଧିକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.