ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ସୁଭଦ୍ରା ଦିଦି କିଓସ୍କ ଉଦଘାଟିତ ହୋଇଯାଇଛି। ଭାଟପଡ଼ା ପଂଚାୟତ ମହିଳା ମହାସଂଘ ପକ୍ଷରୁ ଖୋଲିଥିବା ଏହି କିଓସ୍କ (ହୋଟେଲ)କୁ ବିଡ଼ିଓ ନିରଞ୍ଜନ ବାରିକ ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ନାନିତ ଅତିଥି ଭାବେ ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ସରପଂଚ ଶୁଭ୍ର ନାରାୟଣ ସେଠୀ, ଜୀବିକା ମିଶନ ବ୍ଲକ ପରିଚାଳିକା ରଶ୍ମିତା ନାୟକ,ଏବିଓ ଲଷ୍ମୀପ୍ରିୟା ମାଝୀ,ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ରୋଗୀ ଏବଂ ସେମାନଙ୍କ ତତ୍ୱାବଧାରକଙ୍କ ପାଇଁ ଏହି ହୋଟେଲରେ ସୁଷମ ଖାଦ୍ୟର ବ୍ୟବସ୍ଥା ଥିବା ସୂଚନା ଦିଆଯାଇଥିଲା । ବିଶେଷ ଭାବେ ରୋଗୀମାନଙ୍କୁ ଗରମ ପାଣି ଓ କ୍ଷୀର ଦିଆଯିବାଉପରେ ବିଡ଼ିଓ ଶ୍ରୀ ବାରିକ ଗୁରୁତ୍ୱଦେବାକୁ ମହିଳା ସଂଘ କର୍ମ କାର୍ତାଙ୍କୁ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି, ଜୀବିକା ମିଶନ ଏସଡ଼ିସି ପ୍ରଫୁଲ୍ଲ ମଲିକ, ବିଏଲସି ସ୍ନିଗ୍ଧା ନାୟକ, ସମାଜସେବୀ ରାଜେଶ ସ୍ୱାଇଁ, ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ବିଜେପି ନେତା ମୁକ୍ତିକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପଂଚାୟତ ମହିଳା ମହାସଂଘର ମଧୁସ୍ମିତା ଧଳ, ପାର୍ବତୀ ସାହୁ ସବିତା ମହାଳିକ ଓ ଉର୍ମିଳା ସାହୁ ଏହି କିଓସ୍କ ପରିଚାଳନା କରିବେ । ଏହି ଉଦଘାଟନ କାର୍ଯ୍ୟକ୍ରମ ପରିଚାଳନାରେ ମହାସଙ୍ଘ ସଭାପତି ଶଶୀରେଖା ଯତି,ଏମବିକେ ସୁପ୍ରଭା ସାହୁ,ସିଆରପି ଗାୟତ୍ରୀ କର,ବ୍ୟାଙ୍କ ମିତ୍ର ରୀନା ପାଢ଼ୀ,ଦୀପାନ୍ୱିତା ସାହୁ, ତିଳୋତମା ସାହୁ, ପୁଷ୍ପଲତା ଜେନା, ନିରୂପମା ଜେନା ପ୍ରମୁଖ ସହଯୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଭଦ୍ରା ଦିଦି କିଓସ୍କ ଉଦଘାଟିତ,ରୋଗୀ ଓ ସହଯୋଗୀ ହେବେ ଉପକୃତ







