Home ଜିଲ୍ଲା ପରିକ୍ରମା ତିହିଡି଼ ଥାନାରେ ରକ୍ତଦାନ ଶିବିର, ୪୨ୟୁନିଟ ସଂଗୃହିତ

ତିହିଡି଼ ଥାନାରେ ରକ୍ତଦାନ ଶିବିର, ୪୨ୟୁନିଟ ସଂଗୃହିତ

7

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ଥାନା ପରିସରରେ ଗୁରୁବାର ସକାଳ ୯ଟା ସମୟରେ ବାରୋ ପଂଚାୟତର ଭାରତ ସୋସିଆଲ ସର୍ଭିସ ସାମାଜିକ ସଙ୍ଗଠନ ଓ ତିହିଡ଼ି ପୁଲିସ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୪୨ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାଯାଇଛି। ଏଥିରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ବିଡ଼ିଓ ନିରଞ୍ଜନ ବାରିକ, ସମ୍ମାନିତ ଅତିଥି ଭାବେ ଏଏସପି ଅରୂପ ଅଭିଷେକ ବେହେରା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାଶ, ଏବିଡ଼ିଓ ମାନସ କୁମାର ଜେନା, ସରପଂଚଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ ପ୍ରମୁଖ ଯୋଗଦେଇଥିଲେ। ଭଦ୍ରକ ବ୍ଲଡ଼ବ୍ୟାଙ୍କର ଡାକ୍ତର ବିମଳା ମିଶ୍ର, ଟେକ୍‌ନିସିଆନ ରତିକାନ୍ତ ବଳ, ରବିନ୍ଦ୍ର ଜେନା, ତରଣୀସେନ ଜେନା, ରଘୁନନ୍ଦନ ପଣ୍ଡା, ମାନସ ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବିଏସ୍‌ଏସ୍ ସାମାଜିକ ସଙ୍ଗଠନର ସଭାପତି ପବିତ୍ର କୁମାର ଦାସ, ସମ୍ପାଦକ ସମରେନ୍ଦ୍ର ଦାଶ ସଙ୍ଗଠନର କର୍ମକର୍ତା ସନ୍ନ୍ୟାସୀ ଚରଣ ବ୍ରହ୍ମ, ସଂଗ୍ରାମ ବେହେରା, କଳିଙ୍ଗ ଦାସ, କ୍ଷୀରୋଦ ନାୟକଙ୍କ ସମେତ ଏସଆଇ ପ୍ରବୀଣ ଗିରି, ପ୍ରକାଶ ନାୟକ, ଏଏସଆଇ କମଳାକାନ୍ତ ଶତପଥୀ, ଲଷ୍ମଣ ମାରାଣ୍ଡି, ପାର୍ଥ ବେହେରା, କୁମୁଦିନୀ ବେହେରା, ଓ ପୋଲିସ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ପୁଲିସ ଅଧିକାରୀମାନେ ମଧ୍ୟ ରକ୍ତଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.