Home ଜିଲ୍ଲା ପରିକ୍ରମା ତିହିଡି଼ରେ ମେଲାଣି ନେଲେ ମା’ ଶ୍ୟାମାକାଳୀ

ତିହିଡି଼ରେ ମେଲାଣି ନେଲେ ମା’ ଶ୍ୟାମାକାଳୀ

18

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ରେ ୧୩ଦିନ ଧରି ପୂଜା ଚାଲିବା ପରେ ମା ଶ୍ୟାମାକାଳୀଙ୍କୁ ଶୁକ୍ରବାର ରାତିରେ ମେଲାଣି ଦିଆଯାଇଛି । ଘଂଟ ଘଂଟା, ବାଜା ରୋଷଣୀରେ ମାଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ଶୋଭାଯାତ୍ରା ତିହିଡି଼ ବଜାର ପରିକ୍ରମା କରିବା ପରେ ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା ପୋଖରୀରେ ମାଙ୍କୁ ବିସର୍ଜନ ଦିଆଯାଇଥିଲା । ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟ ମୂର୍ତି ସ୍ଥାପନା କରାଯାଇ ଦୀପାବଳି ଠାରୁ ପୂଜାର୍ଚ୍ଚନା କରାଯାଇଥିଲା ।ପ୍ରତିଦିନ ଆଖପାଖ ଅଂଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କର ପୂଜାସ୍ଥଳରେ ସମାଗମ ହୋଇଥିଲା । କାଳୀପଡିଆରେ ମୀନାବଜାର ପିଲାମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବିଭିନ୍ନ ଦୋକାନରେ ଜନ ଗହଳି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଚଳିତ ବର୍ଷ ପୂଜକ ଭାବେ ବିମ୍ବାଧର ତ୍ରିପାଠୀ, ଶୁକଦେବ ଦାସ ଓ ରଘୁନାଥ ଦାସ ପୂଜାକାର୍ଯ୍ୟ ତୁଲାଇଥିଲେ । ସାର୍ବଜନୀନ ପୂଜା କମିଟିର ସଭାପତି ବୀରେନ୍ଦ୍ର ନାୟକ କର୍ତା ଭାବେ ପୂଜାର ଦାୟିତ୍ୱ ସମ୍ପାଦନ କରିଥିଲେ । ସମ୍ପାଦକ ବୃନ୍ଦାବନ ଜେନା, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ଦାସଙ୍କ ସମେତ ଶିକ୍ଷାବିତ ସୋମନାଥ ପାଢ଼ୀ, ଅଶୋକ କୁମାର ଜେନା, ଗିରିଜା ରମଣ ଜେନା, ପ୍ରଭାତ ଜେନା, ଧୀରେନ୍ଦ୍ର ସାହୁ, ଗଣେଶ ନାୟକ, ଅଶୋକ ପାଢ଼ୀ, ନୀଳମଣି ସାବତ, ପ୍ରତାପ ଜେନା, ଦେବେନ୍ଦ୍ର ପଣ୍ଡା, ରବିନାରାୟଣ ଜେନା ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.