ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମହୋତ୍ସବ କମିଟି ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଉଦ୍ଘାଟକ ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ, ସଂସ୍କୃତି ଓ ପରମ୍ପରାକୁ ମହୋତ୍ସବ ଉଜ୍ଜୀବିତ କରି ରଖେ। ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଭଦ୍ରକ ଜିଲା ଭାଇଚାରାର ଗୁରୁତ୍ୱ ବହନ କରେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ସମିତିସଭ୍ୟା ଜ୍ୟୋତ୍ସ୍ନାରାଣୀ ଜେନା, ସିଆରଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ଲକ୍ଷ୍ମୀଧର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଶେରେ ଡ. ଅମୂଲ୍ୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ବେଦ ପାଠ କରିଥିବା ବେଳେ କଣ୍ଠଶିଳ୍ପୀ ବଂକୀମ ଚନ୍ଦ୍ର ନାୟକ ଏବଂ ପଂଚାନନ ଦତଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। କୁନି ପ୍ରବଚକ କେଶବ ଦୀତିକୃଷ୍ଣ ପ୍ରବଚନ ଦେଇଥିଲେ। ବିଭିନ୍ନ ସ୍କୁଲର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସମାଜସେବୀ ଧୀରେନ୍ଦ୍ର ସାହୁ, ଗିରିଜାରମଣ ଜେନା, ଅମର ଜେନା, ପ୍ରଭାତ ଜେନା, ମନୋଜ ପାଣିଗ୍ରାହୀ, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ମୃତ୍ୟୁଞ୍ଜୟ ଦାସ, ସଂଜୟ କୁମାର ଦାସ, ଦୟାନିଧି ସାହୁ, ବିସ୍ମୟ ବିହାରୀ ସାହୁ ପ୍ରମୁଖଙ୍କ ସମେତ ମହୋତ୍ସବ କମିଟି, ଶ୍ୟାମାକ୍ଳବ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସଦସ୍ୟମାନେ ଉଦ୍ଘାଟନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।