Home ଜିଲ୍ଲା ପରିକ୍ରମା ତିହିଡ଼ି ମହିମା ମଠ ମହନ୍ତ ଗଣେଶ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

ତିହିଡ଼ି ମହିମା ମଠ ମହନ୍ତ ଗଣେଶ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

5

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ସ୍ଥିତ ମହିମା ମଠର ମହନ୍ତ ତଥା ଭଦ୍ରକ ଜିଲା କୌପୀନଧାରୀ ମହିମା ସମାଜର ସଭାପତି ବ୍ରହ୍ମଲୀନ ଗଣେଶ ବାବାଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ଦିବସ ବ୍ୟାପୀ ଶ୍ରଦ୍ଧାଞ୍ଜଳି ସଭା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୋରନ୍ଦାଗାଦି ମହିମାସମାଜ ସମ୍ପାଦକ ସୁଶାନ୍ତ ବାବା, କୋରାପୁଟ ମାଲକାନାଗିରିର ସଭାପତି ବୀଣାକର ବାବା, ସାଧୁଭକ୍ତ ସମିତିର ଉପସଭାପତି କରୁଣାକର ବାବା, ଭଦ୍ରକ ଆଂଚଳିକ ପରିବ୍ରାଜକ ସନ୍ନ୍ୟାସୀ କମଳାକାନ୍ତ ବାବା, ସୁଦର୍ଶନ ବାବା, ଚରଣ ବାବା, ମନୋରଂଜନ ଦାସ, ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇ ମହିମା ସମାଜର ଗଣେଶ ବାବା ଜଣେ ସୁସଂଗଠକ ଓ ଭକ୍ତପ୍ରିୟ ଥିଲେ। ସେ ମହିମା ଧର୍ମର ପ୍ରସାର ପ୍ରଚାର ପାଇଁ ଆନ୍ତରିକତାର ସହିତ କାମ କରୁଥିଲେ। ସ୍ଥାନୀୟ ଅଂଚଳର ବହୁ ଶିଷ୍ୟ ସୃଷ୍ଟି କରି ମହିମା ଧର୍ମର ଗୁରୁତ୍ୱ ବଢ଼ାଇବାରେ ସହାୟକ ହୋଇଥିଲେ। ତାଙ୍କ ବିୟୋଗ ମହିମା ସମାଜ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଥିଲେ। ତିହିଡ଼ି ମହିମା ଆଶ୍ରମର ମଠାଧୀଶ ଧୃବାନନ୍ଦ ବାବାଙ୍କ ସହିତ ସୂର୍ଯ୍ୟମଣି ଦାସ, ଧନେଶ୍ୱର ଦାସ, ଭାସ୍କର ଦାସ, କରୁଣାକର ଦାସ, କାର୍ତିକ ଦାସ, ବାବାଜୀ ଦାସ, ଶରତ ନାୟକ, ଜିତେନ୍ଦ୍ର ବେହେରା, ପ୍ରକାଶ ସାବତ, ମନୋରଂଜନ ବେହେରା, ରତ୍ନାକର ଦାସ, ଲକ୍ଷ୍ମୀକାନ୍ତ ମଲିକ, ପ୍ରବଚକ ଏକାଦଶ ଖିଲାର, ନିଖିଳ ଓଡ଼ିଶା ପ୍ରବକ୍ତା ପରିଷଦର ରାଜ୍ୟ ସଭାପତି ପ୍ରବଚକ ପଣ୍ଡିତ ଅକ୍ଷୟ ମହାରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଅଶୋକ ନାୟକ, ତିହିଡ଼ି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ରଘୁନାଥ ପାତ୍ର, ରାଜକିଶୋର ନାୟକ, ପୁଲିସ, ଡାକ୍ତରଖାନା କର୍ମଚାରୀଙ୍କ ସମେତ ଗ୍ରାମବାସୀ ଓ ଜିଲାର ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହିତ ବ୍ରହ୍ମ ମୁହୂର୍ତରେ ବ୍ରହ୍ମ ଧ୍ୱନି ଓ ବତୀ ପ୍ରଜ୍ୱଳନ କରାଯାଇ ସମାଧି ପ୍ରତିଷ୍ଠା କରାଯାଇଥିଲା। ବ୍ରହ୍ମ ମୁହୂର୍ତ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭଜନ ସମାରୋହ କରାଯାଇଥିଲା। ସନ୍ଧ୍ୟା ୬ଟା ଠାରୁ ଝାଡ଼ବତୀ ପ୍ରଜ୍ୱଳନ କରି ଗଣେଶ ବାବାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବିଭୁପଦ ପ୍ରାର୍ଥନା କରାଯାଇଥିଲା। ଏହି ବ୍ରହ୍ମଧ୍ୱନି ଓ ଝାଡ଼ବତୀ ପ୍ରଜ୍ୱଳନ ହୋଇ ୩୦ତାରିଖ ସକାଳ ୪ଘଟିକା ସମୟରେ ଉଦ୍‌ଯାପନ କରାଯାଇ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଅମାଣିଆ କାର୍ଯ୍ୟକ୍ରମ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.