Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ ବିଜେଡି ସଭାପତି ହେଲେ ସୁରେନ୍ଦ୍ର ନାୟକ

ତିହିଡ଼ି ବ୍ଲକ ବିଜେଡି ସଭାପତି ହେଲେ ସୁରେନ୍ଦ୍ର ନାୟକ

6

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଜେଡିର ନୂତନ ସଭାପତି ଭାବେ ସୁରେନ୍ଦ୍ର କୁମାର ନାୟକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଶ୍ରୀ ନାୟକ ୧୯୭୪ ମସିହାରେ ବିଜୁବାବୁଙ୍କ ଦ୍ୱାରା ଗଠିତ ଉତ୍କଳ କଂଗ୍ରେସରେ ଯୋଗ ଦାନ କରି ରାଜନୀତିକୁ ଓହ୍ଲାଇଥିଲେ। ପରେ ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ତିହିଡ଼ି ବ୍ଲକର ଜନତା ଓ ବିଜୁ ଜନତାଦଳର ସଭାପତି ଥିଲେ। ଅବିଭକ୍ତ କୋହ୍ଲ ପଂଚାୟତର ୨ଥର ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଗୋଟେଥର ସରପଂଚ ଭାବେ ନିର୍ବାଚିତ ହୋଇଥିଲେ। ମଙ୍ଗଳପୁର ସେବା ସମବାୟ ସମିତିର ୨ଥର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ଡାଇରେକ୍ଟର ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କର ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘଦିନ ରହି କାର୍ଯ୍ୟ ତୁଲାଇଥିଲେ। ୨୦୦୯-୨୦୧୯ ପର୍ଯ୍ୟନ୍ତ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କର ତିହିଡ଼ି ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଉଥିଲେ। ୧୯୯୫ ମସିହାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜନତା ଦଳର ସଭାପତି ଓ ତତ୍କାଳୀନ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ସ୍ୱର୍ଗତ ବୈରାଗୀ ଚରଣ ଜେନାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ଦଳର ପୁରୁଖା ନେତା ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିବା ବେଳେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସଭାପତି ପଦ ପାଇବା ପରେ ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟ ଓ ରାଜେନ୍ଦ୍ର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଂଜୟ ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ତିହିଡ଼ି ବ୍ଲକର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଜନସାଧାରଣଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.