ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଗ୍ରାମ ଶଙ୍ଖିଡ଼ାରେ ସୋମବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର ପୀତାମ୍ବର ମିଶ୍ରଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟବକ୍ତା ଭାବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ, ବିଶିଷ୍ଟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ରାଜେନ୍ଦ୍ର ଦାସ, ବିଷ୍ଣୁବ୍ରତର ରାଉତରାୟ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ବାସୁଦେବପୁର ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ, ବିଜେଡି ନେତା ଡା. ସଂଜୟ ଦାସ, ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, ବିଜେଡି ନେତା ହରେକୃଷ୍ଣ ଜେନା, ଚିନ୍ତାମଣି ଦାସ, ଭଗବାନ ପାଢ଼ୀ, ଶଶଧର ସାମଲ, ପ୍ରଦୀପ ପଣ୍ଡା, କମଳାକାନ୍ତ ଦାସ, କମଳାକାନ୍ତ ଲେଙ୍କା, ଭାଗିରଥି ମଳିକ, ଜୟପ୍ରକାଶ ମଲିକ, ବିଷ୍ଣୁମୋହନ ଜେନା, ଜୀବନଜ୍ୟୋତି ପଲେଇ, ମାନସ ରଂଜନ ନାୟକ, ନୃସିଂହ ମହାକୁଡ଼, ବିପିନ ରାଉତ, ବିପିନ ବେହେରା, ଚଗୁଲ ଦୀକ୍ଷିତ, ସମାଜସେବୀ ଧୀରେନ୍ଦ୍ର ସାହୁ, ପାର୍ଥସାରଥି ନାୟକ, କୈଳାସ ବେହେରା, ଶିକ୍ଷାବିତ୍ ସୋମନାଥ ପାଢ଼ୀ, ସୁରେନ୍ଦ୍ର ପ୍ରସାଦ ନାୟକ, ଦିବାକର ତ୍ରିପାଠୀ, ଧନଂଜୟ ନାୟକ ପ୍ରମୁଖ ଯୋଗ ଦେଇ ରଘୁନାଥ ପଣ୍ଡା ନିଜକୁ ଦଳ ପାଇଁ ଉତ୍ସର୍ଗ କରିଥିବା ବେଳେ ଜଣେ ନିର୍ଭୀକ ରାଜନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି କହିଥିଲେ। ଏହି ଅବସରରେ ସ୍ମରଣିକା ‘ରଘୁ ବର୍ତିକା’ ଉନ୍ମୋଚିତ ହୋଇଥିଲା। ପୂର୍ବତନ ସରପଂଚଞ୍ଚକୀର୍ତନ ରାଉତ, ସମିତିସଭ୍ୟ ସଂଗ୍ରାମ ଦାସ, ବିଜେଡି ନେତା ଭରତ ମହାପାତ୍ର, ନରେନ୍ଦ୍ର ବାରିକ, ଗଣେଶ ନାୟକ, ଯଯାତି କେଶରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଙ୍କ ପୁତ୍ର ରୋହିତାଶ୍ୱ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ରଘୁନାଥ ପ୍ରେମୀ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି, ସେ ଥିଲେ ନିର୍ଭିକ ରାଜନେତା