Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କ ପରଲୋକ, ଦଳ ପାଇଁ ସେ ଥିଲେ ସମର୍ପିତ

ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କ ପରଲୋକ, ଦଳ ପାଇଁ ସେ ଥିଲେ ସମର୍ପିତ

14

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା (୬୭)ଙ୍କର ଗୁରୁବାର ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ୧୯୮୦ ମସିହାରୁ ସେ ଜନଦାଳରେ ରହି ନିଷ୍ଠାପର ଭାବେ କାର୍ଯ୍ୟ କରୁଥିଲେ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବୈରାଗୀ ଚରଣ ଜେନାଙ୍କ ସହିତ ରହି ଦଳକୁ ସୁଦୃଢ଼ କରିଥିବା ବେଳେ ତତ୍କାଳୀନ ଜନତା ଦଳର ବ୍ଲକ ସଭାପତି ତଥା ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କୁ ଦଳର ଅଗ୍ରଗତି ପାଇଁ ସହଯୋଗ କରୁଥିଲେ। ବିଜୁ ଜନତା ଦଳ ଗଠନ ହେବା ପରେ ୨୦୦୭ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଦଳର ବ୍ଲକ ସଭାପତି ଭାବେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିଲେ। ତାଙ୍କ ବ୍ଲକ ସଭାପତି କାର୍ଯ୍ୟକାଳ ସମୟରେ ପୂର୍ବବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ସ୍ୱଗର୍ତ ରାଉତରାୟଙ୍କ ସୁପୁତ୍ର ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକରୁ ଅଧିକ ଭୋଟ ପାଇ ବିଧାୟକ ଭାବେ ବିଜୟୀ ହେବାରେ ସ୍ୱର୍ଗତ ପଣ୍ଡାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ଦଳରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଦଳର କର୍ମୀମାନ ଓ ନେତାମାନଙ୍କୁ ସହଯୋଗ କରୁଥିଲେ। ସ୍ୱର୍ଗତ ପଣ୍ଡା ଜଣେ ନିର୍ଭୀକ ସଚ୍ଚୋଟ ରାଜେନେତା ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ସେ ଭାଟପଡ଼ା ସମବାୟ ସମିତିର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ। ସ୍ୱର୍ଗତ ପଣ୍ଡା ବିଜଡିରୁ ତିହିଡ଼ି ବ୍ଲକ ୮ନଂ ଜିଲା ପରିଷଦ ଜୋନରୁ ୨୦୧୨-୧୭ ମସିହା ପର୍ଯ୍ୟନ୍ତ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ ଲୋକମାନ ସେବା କରିଥିଲେ। ଏଥି ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ତିହିଡ଼ି ଶ୍ୟାମାକାଳୀ ଓ ବାସନ୍ତୀପୂଜା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ମର ଶରୀରକୁ ତିହିଡ଼ି ତହସିଲ ଛକ ଠାରୁ ଅଣାଯାଇ ବଜାର ପରିକ୍ରମା କରା ଯାଇଥିଲା। ବିଜେଡି ବ୍ଲକ କାର୍ଯ୍ୟାଳ, ବ୍ଲକ କାର୍ଯ୍ୟାଳୟ, ମା’ ବାସନ୍ତୀ ପଡ଼ିଆ ଓ କାଳୀ ପଡ଼ିଆ ନିଆଯିବା ପରେ ଗ୍ରାମ ପରିକ୍ରମା କରାଯାଇ ଶଙ୍ଖିଡ଼ା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ପୁଅ ରୋହିତ ଶେଖର ପଣ୍ଡା ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ପଣ୍ଡାଙ୍କ ଶବାଧାରରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡରୀ ପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ରାଜେନ୍ଦ୍ର କୁମାର ଦାସ, ମୁକ୍ତିକାନ୍ତ ମଣ୍ଡଳ, ବିଷ୍ଣୁବ୍ରତ ରାଉତରାୟ, ବିଜେଡି ନେତା ଡାକ୍ତର ସଂଜୟ ଦାସ, ଦୁର୍ଗାଦତ ରାଉତରାୟ, ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ଜିଲା ସାଧଶରଣ ସମ୍ପାଦକ ହରେକୃଷ୍ଣ ଜେନା, ଚିନ୍ତାମଣି ଦାସ, କମଳାକାନ୍ତ ଲେଙ୍କା, ପ୍ରଦୀପ ପଣ୍ଡା, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର କୁମାର ନାୟକ, ସରପଂଚ ସୁପ୍ରଭା ପାଣି, ତାପସ ବେହେରା, କୈଳାସ ପରିଡ଼ା, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ପ୍ରିୟବନ୍ଧୁ ମାଝୀ, ଧର୍ମାନନ୍ଦ ବେହେରା, ଭାଗିରଥି ମଳିକ, ନକୁଳ ବାରିକ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର କୁମାର ନାୟକ, ବାପୁଜୀ ନାୟକ, ସଂଗ୍ରାମ ଦାସ, ସୁଧନ୍ୱା ନାୟକ, କମଳାକାନ୍ତ ଦାସ, ହରିଶ୍ଚନ୍ଦ୍ର ବାରିକ, ବିଦ୍ୟାଧର ପତି, ନବକିଶୋର ମଲିକ, ଶରତ ମଳିକ, ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରବୋଧ ମହାନ୍ତି, ଉମାକାନ୍ତ ସେଠୀ, ଅନିରୁଦ୍ଧ ବାରିକ, କୀର୍ତନ ରାଉତ, ଅମୀୟ ମଲ୍ଲିକ, ଗଣେଶ ନାୟକ, କମଳାକାନ୍ତ ସ୍ୱାଇଁ, ଧନଞ୍ଜୟ ନାୟକ, ଗୌରୀଶଙ୍କର ବେହେରା, ବିପିନ୍ ବେହେରା, ସୁରେନ୍ଦ୍ର ନାୟକ, ଅଭୟ ବିଶ୍ୱାଳ, ବିଷ୍ଣୁ କୁଅଁର, ପ୍ରଫୁଲ୍ଲ ଧଳ, ଗଣେଶ ବିଶ୍ୱାଳ, ମାନସ ସାହୁ, କୈଳାସ ରାଉଳ, ସୁଧାଂଶୁ ମହାଳିକ, ଅମର ଦାସ, ବିଷ୍ଣୁ ଚନ୍ଦ୍ର ଦାଶ, ନିତ୍ୟାନନ୍ଦ ବେହେରା, ରାଜେନ୍ଦ୍ର ଜେନା, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ବିପିନ୍ ବିହାରୀ ପତି, ବେଣୁଧର ଦାସ, ଗଣେଶ ମଳିକ, ମୀନକେତନ ସେନାପତି, କୈଳାସ ପାତ୍ର, ଶିବପ୍ରସାଦ ନାୟକ, ପୀତାମ୍ବର ସେଠୀ, ଶଚିକାନ୍ତ ନାୟକ, ଆରଏମସି ସମ୍ପାଦକ ସଂଜୟ ଦାସ, ବାସନ୍ତୀ କମିଟି ପକ୍ଷରୁ ହେମନ୍ତ ମହାପାତ୍ର, ପାର୍ଥସାରଥି ନାୟକ, ନାରାୟଣ ଚନ୍ଦ୍ର ସେଠୀ, ମନମୋହନ ଦାସ, ଅନୀଲ ମହାପାତ୍ର, ଶ୍ୟାମାକାଳୀ କମିଟି ପକ୍ଷରୁ ବୃନ୍ଦାବନ ଜେନା, ଅମର ଜେନା, ଗିରିଜା ରମଣ ଜେନା, ମୃତ୍ୟୁଞ୍ଜୟ ଦାସ, ହରମୋହନ ନାୟକ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଧୀରେନ୍ଦ୍ର ସାହୁ, କୈଳାସ ବେହେରା, ମନୋଜ ପାଣିଗ୍ରାହୀ, ଜ୍ୟୋତିର୍ମୟ ପାଣ୍ଡବ, କୁମାର ଗଙ୍ଗାଧର ପ୍ରମୁଖଙ୍କ ଦୋଳସାହିରେ ସରପଂଚ ଗୌରୀଶଙ୍କର ଜେନା, ରବିନ୍ଦ୍ର ଜେନା, ଅନ୍ତର୍ଯ୍ୟାମୀ ଦୀକ୍ଷିତ, ଅମର ସେନାପତି, ଚଗୁଲୁ ସେନାପତି, ସୋମନାଥ ମହାରଣା, ଦାଶରଥି ମହାପାତ୍ର, ଟୁକୁନା ବେହେରା ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜେନ୍ଦ୍ର କୁମାର ଦାସ ଓ ବିଜେଡି ନେତା ଡା. ସଂଜୟ ଦାସ ସ୍ୱର୍ଗତ ପଣ୍ଡାଙ୍କ ମର ଶରୀରକୁ କାନ୍ଧରେ ନେଇଥିଲେ। ଶୁକ୍ରବାର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱର୍ଗତ ପଣ୍ଡାଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ସହିତ ସରପଂଚ ଶୁଭ୍ର ନାରାୟଣ ସେଠୀ, ବୁଦ୍ଧଦେବ ଜେନା, ସୀତାକାନ୍ତ ନାୟକ, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, କେଶବ ବେହେରା, ତପନ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ନେତା ଅଜୟ ନାୟକ ଓ ସାମାଜିକ ନ୍ୟାୟ ଅଭିଯାନ ଓଡ଼ିଶା ସଭାପତି ଅକ୍ଷୟ ମଲ୍ଲିକ ଶୋକବାର୍ତା ପଠାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.