ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ସ୍ଥିତ ମା’ ଦପାନାୟକାଣୀଙ୍କ ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ମନ୍ଦିର ପରିସରକୁ ସଫେଇ କରାଯାଇଛି। ବିଡିଓ ନିରଂଜନ ବାରିକଙ୍କ ନେତୃତ୍ୱରେ ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିପିଇଓ ପ୍ଳାବନ ପଣ୍ଡା, ସରପଞ୍ଚ ପବିତ୍ର ମୋହନ ମଳିକ, ଶରତ ଦାସ, ସୁରେନ୍ଦ୍ର ନାୟକ, ମୂରଲୀଧର ମଲିକ, ସୁବାଶିଷ ଦାସ, ରମେଶ ରାଉତ, ବିଶ୍ୱନାଥ ନାୟକ, ଦୁର୍ଗାବତୀ ମଲିକଙ୍କ ସମେତ ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।