Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକର ୧୫ ସମିତିରେ ୧୦୯୯୫ ଚାଷୀ ପଞ୍ଜୀକୃତ, ପଞ୍ଜୀକୃତରୁ ବଂଚିତ ହୋଇ ନିରାଶ ହୋଇ...

ତିହିଡ଼ି ବ୍ଲକର ୧୫ ସମିତିରେ ୧୦୯୯୫ ଚାଷୀ ପଞ୍ଜୀକୃତ, ପଞ୍ଜୀକୃତରୁ ବଂଚିତ ହୋଇ ନିରାଶ ହୋଇ ଫେରିଲେ ବହୁ ଚାଷୀ

6

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ଥିବା ୧୫ଟି ସେବା ସମବାୟ ସମିତିରେ ମୋଟ ୧୦୯୯୫ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପରେ ସରକାର ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବାକୁ ସମୟସୀମା ବୃଦ୍ଧି କରିôତଲେ। ପୁଣି କିଛି ଚାଷୀଙ୍କ ଅଭିଯୋଗ ପରେ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ସମୟସୀମାକୁ ବୃଦ୍ଧି କରାଯାଇ ପାରେ ବୋଲି ଶୁଣା ଯାଉଥିଲା। ଏହି ଅନୁସାରେ ଚାଷୀ ମଧ୍ୟ ଅନଲାଇନ ପଞ୍ଜୀକଣର କରିବା ପାଇଁ ଆଶା ରଖିଥିଲେ। ମାତ୍ର ଅଗଷ୍ଟ ୨୫ ତାରିଖ ରାତି ୧୨ଟା ଅନଲାଇନ୍ ବନ୍ଦ କରି ଦିଆଗଲା। ଯାହାଫଳରେ ବହୁ ଚାଷୀ ପଞ୍ଜୀକରଣ କରିନପାରି ନିରାଶ ହୋଇ ଫେରିଥିବା ଜଣାପଡ଼ିଛି। ତେବେ ବ୍ଲକର ପାଳିଆବିନ୍ଧା ସମବାୟ ସମିତିରେ ୭୫୦, ଅଣ୍ଡରାଇରେ ୬୦୮, ବିଲଣାରେ ୪୬୦, ଗାନ୍ଧିନଗରରେ ୭୩୮, ମଙ୍ଗଳପୁରରେ ୮୫୯, ଭାଟପଡ଼ାରେ ୯୯୪, ବାମନବିନ୍ଧାରେ ୭୯୦, ନିଶ୍ଚନ୍ତପୁରରେ ୮୧୭, ବାରସରରେ ୧୦୧୧, ଶ୍ୟାମସୁନ୍ଦରପୁରରେ ୧୦୬୬, ଚାରିତରଫରେ ୭୦୭, ଜାମଯୋଡ଼ିରେ ୬୩୦, ଆରସାରେ ୫୬୦, ଅମୃତପୁରରେ ୬୪୫, ଏବଂ ନରେନ୍ଦ୍ରପୁର ସମବାୟ ସମିତିରେ ୩୬୦ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ତେବେ ଶ୍ୟାମସୁନ୍ଦରପୁର ସମିତିରେ ସର୍ବାଧିକ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି। ତେବେ ସରକାର ଆଉ କିଛିଦିନ ପଞ୍ଜୀକରଣ ପାଇଁ ସମୟସୀମା ବୃଦ୍ଧି କଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.