Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ , ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ତିହିଡ଼ି ବ୍ଲକରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ , ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା

21

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବ୍ଲକର ବିଭିନ୍ନ ପଂଚାୟତରୁ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଂଚାୟତ ସମିତି ସଭାଗୃହରେ ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତା ଓ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗ ଦେଇ ଓଡ଼ିଆ ପକ୍ଷ ପାଳନ ଅବସରରେ ସରକାରଙ୍କ ଲୋକକଳା ଦିବସକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିବା ବେଳେ ଏହା ମାଧ୍ୟମରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏବିଡିଓ ମାନସ କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଲୋକକଳା ଦିବସ ଉପରେ ଆଲୋକପାତ କରିଥିଲେ। ଏଥିରେ ବରିଷ୍ଠ କଳାକାର ହରିହର ମହାଳିକ, ନାରାୟଣ ଚନ୍ଦ୍ର ମହାନ୍ତି, ନାରାୟଣ ଦେବ, ନାରାୟଣ ସାହୁ, ଲକ୍ଷ୍ମୀଧର ଦାସ, ବୁଦ୍ଧିରାମ କୁଣ୍ଡ, ଈଶ୍ୱର ଚନ୍ଦ୍ର ନାୟକ, ଭାଗିରଥି ଦତ, ସତ୍ୟବ୍ରତ ତ୍ରିପାଠୀ ଓ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ତନୁଜା ମିଶ୍ର, ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରିଣୀ ସୌମ୍ୟ ସୁଚରିତା ମହାନ୍ତି, ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ଜୀବିକା ମିଶନ ବିପିଏମ ରଶ୍ମିତା ନାୟକ, ଏପିଇଓ କାମିନୀଲତା ଓଝା, ବିପିସି କୌଶିକ ଗିରି, ବିଏଲସି ସ୍ନିଗ୍ଧା ନାୟକ, ପିଇଓ ମନୋରଂଜନ ଦଳେଇ, ମନୋଜ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.