Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୭ଟି ଅଭିଯୋଗର ଶୁଣାଣି କଲେ ଜିଲାପାଳ...

ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୭ଟି ଅଭିଯୋଗର ଶୁଣାଣି କଲେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ

8

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ପଂଚାୟୟତ ସମିତି ସଭାଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାପ୍ରସାଦ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଂଜନ ବାରିକ, ଅତିରିକ୍ତ ତହସିଲଦାର ନମିତା ଧଳ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଅଂଚଳରୁ ଆସିଥିବା ୯୭ଟି ଅଭିଯୋଗର ଶୁଣାଣି କରିଥିଲେ। ଗତ କିଛିଦିନ ତଳେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟ ବିଭାଗ ପକ୍ଷରୁ ତିହିଡ଼ିକୁ ଏନଏସି କରାଯିବାକୁ ଡ୍ରାଫ୍ଟ ନୋଟିସ କରାଯାଇଛି। ଏଥିରେ ବ୍ଲକ ଅଧୀନରେ ଥିବା ଫତେପୁର ପଂଚାୟତକୁ ଏନଏସି ଅନ୍ତଭୁକ୍ତ କରାଯାଇ ନାହିଁ। ଫତେପୁର ପଂଚାୟତର ଉମାକାନ୍ତ ସେଠୀ, ଦିଲୀପ ବଳ, ନାରାୟଣ ପଣ୍ଡା, ଶରତ କୁମାର ନାୟକ, ଶ୍ରୀଧର ବାରିକ, ସୁଧାଂଶୁ ମାହୁନ୍ତ ପ୍ରମୁଖଙ୍କ ସମେତ ପଂଚାୟତବାସୀ ଜିଲାପାଳଙ୍କୁ ଭେଟି ତିହିଡ଼ି ସଦର ମହକୁମାରୁ ୩କି.ମି. ଦୂରରେ ଥିବା ଗ୍ରାମକୁ ଏନଏସିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ମାତ୍ର ୨ଶହ ମିଟର ଦୂରରେ ଥିବା ଫତେପୁର ପଂଚାୟତକୁ ଏନଏସିରେ ସାମିଲ କରାଯିବାକୁ ମୋନେ ଦାବି କରିଥିଲେ। ବାରସର, ଗୋବିନ୍ଦପୁର ପଂଚାୟତର ଚାଷୀ ପ୍ରଶାନ୍ତ ନାୟକ, କୈଳାସ ପଣ୍ଡା, ପଦ୍ମଲୋଚନ ଦାସ, ଆନନ୍ଦ ଦାସ, ପ୍ରତାପ ଦାସ, ସରୋଜ ନାୟକ ପ୍ରମୁଖ ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଯେ ରବି ଧାନଚାଷରେ ଚାଷୀମାନଙ୍କୁ କ୍ଷତିପୂରଣ ବାବଦକୁ ୪୧ଲକ୍ଷ ୪୩ହଜାର ଟଙ୍କା ମିଳି ପାରିନାହିଁ। ହାଇଦ୍ରାବାଦର ୨ଟି କମ୍ପାନୀ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଠକିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହାଇଦ୍ରାବାଦର ୨ଟି କମ୍ପାନୀ ଚାଷୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ କିସମର ଧାନ ଚାଷ କରିବାକୁ କହିଥିଲେ। ଏହି ଧାନ ଚାଷ କଲେ ଲାଭ ପାଇବେ ବୋଲି ଚାଷୀମାନଙ୍କୁ କୁହାଯାଇଥିଲା। ସେହି ଅନୁସାରେ ୨ଟି ପଂଚାୟତର ୩୦ରୁ ଉର୍ଦ୍ଧ୍ୱ ଚାଷୀ ୨୬୪ଏକର ରବିଧାନ ଚାଷ କରିଥିଲେ। କମ୍ପାନୀ ପକ୍ଷରୁ ଚାଷୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଚାଷ ପାଇଁ ୬୦ଲକ୍ଷ ଟଙ୍କା ପ୍ରଦାନ କରାଯଇଥିଲା। ଏକର ପ୍ରତି ୫କୁଇଂଟାଲ ଧାନରୁ କମ୍ ଅମଳ ହେଲେ ପ୍ରତି ଚାଷୀଙ୍କୁ ୪୫ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଜଣେ ମାତ୍ର ଚାଷୀଙ୍କୁ ବାଦ ଦେଲେ ଅନ୍ୟ ଚାଷୀଙ୍କର ଏକର ପ୍ରତି ୫କୁଇଣ୍ଟାଲରୁ କମ୍ ଧାନ ଅମଳ ହୋଇଥିଲା। ଯାଜପୁର ଅଞ୍ଚଳର ଜଣେ ବ୍ୟକ୍ତି କମ୍ପାନୀ ଓ ଚାଷୀଙ୍କ ମଧ୍ୟରେ ମଧ୍ୟସ୍ଥତା କରି ଚାଷୀଙ୍କୁ ଟଙ୍କା ଦେବ ବୋଲି କହିଥିଲା। ମାତ୍ର ଚାଷ ସରିବା ପରେ ୫କୁଇଂଟାଲରୁ କମ୍ ଧାନ ପାଇଥିବା ଚାଷୀଙ୍କୁ ଅଦ୍ୟାବଧି ୪୫ହଜାର ଟଙ୍କା ଲେଖାଏଁ ମିଳି ପାରିଲା ନାହିଁ। ଚାଷୀମାନେ ମଧ୍ୟସ୍ଥିଙ୍କୁ ଟଙ୍କା ମାଗିଲେ ସେ ଆଜିକାଲି କହି ଭଣ୍ଡାଇ ଶେଷରେ ଟଙ୍କା ଦେବେନାହିଁ ବୋଲି ମନା କରିଦେଇଛନ୍ତି। ଚାଷୀମାନେ ଗତମାସ ୨୬ ତାରିଖରେ ଏ ସମ୍ପର୍କରେ ପୀରହାଟ ଥାନା ଓ ୨୮ ତାରିଖରେ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଅଭିଯୋଗ ଶୁଣାଣି ଶିବିରରେ ଏସପିଙ୍କୁ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଅର୍ଥ ନମିଳିଲେ ସେମାନେ ଅଗଷ୍ଟ ୨୭ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବାହାବଳପୁର ପଂଚାୟତକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ ହୋଇ ଯାଇଛି। ତିହିଡ଼ି-ମାଟିଆସାହି ରାସ୍ତା ଅତ୍ୟନ୍ତ ଶେଚାନୀୟ ହୋଇ ପଡ଼ିଛି। ଯାହାଫଳରେ ମାସେ ହେଲା ବସ୍ ଚଳାଚଳ କରି ପାରୁନାହିଁ। ବସ୍‌ରେ ଯାତାୟତ କରୁଥିବା ଲୋକମାନେ ହଇରାଣ ହେଉଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ କରାଯାଇ ବସ୍ ଚଳାଚଳ କରାଯିବା ଦିଗରେ ପଦକ୍ଷେପ ନେବାକୁ ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ ଓ କଂଗ୍ରେସ ନେତା ବେଣୁଧର ଦାସ ଜିଲାପାଳଙ୍କ ଠାରେ ଦାବି କରିଛନ୍ତି। ଆରସା ସରକାରୀ ହାଇସ୍କୁଲରେ ଆର୍ଥିକ ଅନିୟମିତତା ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅନିୟମିତତା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରାତନ ଛାତ୍ର ଧୀରେନ୍ଦ୍ର ସାହୁ, ବିଭୂତି ଭୂଷଣ ପାଟଙ୍କ ସହିତ ଅନ୍ୟ ପୁରାତନ ଛାତ୍ର ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଥି ସହିତ ଭତା, ପ୍ରଧାନମନ୍ତ୍ରୀ ଆବାସ, ରାସ୍ତା ନିର୍ମାଣ, ସୁଭଦ୍ରା ଯୋଜନା, ରାଶନ କାର୍ଡ଼ ଇତ୍ୟାଦି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏହି ଶିବିରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସାଳନ୍ଦୀ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ଏସଡିଓ ରାଇକେନ ବେଶ୍ରା, ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଂଟ ସୁଚରିତା ମିଶ୍ର, ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗଣେଶ ଚନ୍ଦ୍ର ହେମ୍ରମ, କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର, ଡ୍ରେନେଜ ବିଭାଗ ଏସଡିଓ ସଂଜୀବ କୁମାର ଶିଅଳ, ଆରଏଣ୍ଡବି ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ଜିଲା ସମାଜ ମଂଗଳ କାର୍ଯ୍ୟାଳୟ ପ୍ରୋଜେକ୍ଟ ଅଫିସର ସବିତା ବେହେରା, ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତି, ପ୍ରାଣି ଚିକିତ୍ସାଧିକାରୀ ଡା. ନିରାକାର ଜେନା, ସ୍ୱାସ୍ଥ୍ୟକେନ୍ଦ୍ର ବିତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ର ଓ ମଧୁସ୍ମିତା ବେହେରା, ବ୍ଳକ ସହକାରୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ବିପିଏମ ରଶ୍ମିତା ନାୟକ, ସିଡିପିଓ ବାସନ୍ତୀ ନାଏକ, ଏପିଓ କାମିନିଲତା ଓଝା, ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ କୁମାର ସାମଲ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଏଏସଆଇ ମାନସ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଜ୍ଞାନରଂଜନ ସାହୁ, ଏବିଡିଓ ମାନସ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟାସୁଚରିତା ମହାନ୍ତି, ବିପିସ କୌଶିକ ଗିରି, ଜୀବିକା ମିଶନ ବିଏଲସି ସ୍ନିଗ୍ଧା ନାୟକ, ଏସଡିସି ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.