Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର,୧୩୦ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ଓ...

ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର,୧୩୦ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ଓ ଏସପି, ଦିବ୍ୟାଙ୍ଗଙ୍କୁ ଶ୍ରବଣଯନ୍ତ୍ର ବସ୍ ପାସ୍ ବଂଟନ

17

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ମଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନୀଳମଣି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୩୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଶିବିରରେ ୧୨୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ଶିବିର ପରେ ଜିଲାପାଳ ୯ଟି ଅଭିଯୋଗର ବ୍ୟକ୍ତିଗତ ଶୁଣାଣି କରିଥିଲେ। ଏହି ଶିବିରରେ ବାହାବଳପୁର ଗ୍ରାମର ଦିବ୍ୟାଙ୍ଗ ବେଣୁଧର ଦାସଙ୍କୁ ଶ୍ରବଣଯନ୍ତ୍ର ଓ ନରେନ୍ଦ୍ରପୁର ଗ୍ରାମର ପ୍ରଶାନ୍ତ ପଣ୍ଡାଙ୍କୁ ବସ୍ ପାସ୍ ବଂଟନ କରାଯାଇଥିଲା। ଶିବିରରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଏସପି ମନୋଜ କୁମାର ରାଉତ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀର କୁମାର ନାୟକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଂଜନ ବାରିକ ପ୍ରମୁଖ ଯୋଗ ଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ସୟା-ମାଟିଆସାହି ରାସ୍ତାର ଦୂରବସ୍ଥାନେଇ ରବିନ୍ଦ୍ର ପଣ୍ଡା, ଗଣେଶ ମଲିକଙ୍କ ନେତୃତ୍ୱରେ ବହୁ ଅଂଚଳବାସୀ ରାସ୍ତା ନିର୍ମାଣ ପାଇଁ ଶିବିରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ କାନନ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାହାପୁର ମହାକୁଡ଼ସାହି ଓ ପତିସାହି ଗ୍ରାମ ରାସ୍ତାରେ ଦୀର୍ଘଦିନ ହେବ ପାଣି ଜମି ରହୁଥିବାରୁ ଗ୍ରାମବାସୀ ଓ ସ୍କୁଲ ପିଲାଙ୍କର ଯାତାୟତ କରିବାରେ ସୃଷ୍ଟି ହେଉଥିବା ନେଇ ଗ୍ରାମର ସୁଦର୍ଶନ ମହାକୁଡ଼, ବିଜୟ ମହାକୁଡ଼ ପ୍ରମୁଖଙ୍କ ସହିତ ବହୁ ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଜିଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହରସିଂପୁର ପଂଚାୟତ ଅଧୀନ ପାଢ଼ୀସାହିକୁ ରାସ୍ତା ନଥିବା ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ ଅଭିଯୋଗ କରିଥିଲେ। ଖାଙ୍କିନାଳରୁ ମିର୍ଜାପୁର ମୌଜାର ଚାଷଜମିକୁ ଜଳ ସେଚନ ହୋଇ ନପାରିବା ନେଇ ସୀତାକାନ୍ତ ନାୟକ, କେଶବ ବେହେରା, ହରିଶ୍ଚନ୍ଦ୍ର ନାୟକ, ନିର୍ମଳ ବେହେରା, ତପୁନୁ ପାଣି ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଦାବି କରିଥିଲେ। ପୂର୍ବରୁ ଜିଲାପାଳଙ୍କ ନିର୍ଦ୍ଦେଶକୁ ଭଦ୍ରକ ସାଳନ୍ଦୀ ଡିଭିଜନ ଏସଡିଓ ଅବହେଳା କରିବା ସହିତ ଆଜି ଅଭିଯୋଗ ଶୁଣାଣି ଶିବିରରେ ଅନୁପସ୍ଥିତି ଥିବା ଜିଲାପାଳ ଶ୍ରୀ ରାଉତରାୟଙ୍କ ଦୃଷ୍ଟିକୁ ଆସିବା ପରେ ତାଙ୍କୁ କୈଫିୟତ ତଲବ କରିବାକୁ ଡେପୁଟି କଲେକ୍ଟର ଜ୍ଞାନରଂଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଥପୁରା ଗ୍ରାମର ରାଜେନ୍ଦ୍ର ପଣ୍ଡା ନାମକ ଜଣେ ଭିନ୍ନକ୍ଷମଙ୍କୁ ଅନ୍ୟୋଦୟ ଚାଉଳ ମିଳୁ ନଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଜିଲାପାଳ ଶ୍ରୀ ରାଉତରାୟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଭତା, ରାଶନକାର୍ଡ଼, ରାସ୍ତା ନିର୍ମାଣ, ଆବାସ ଯୋଜନା ଇତ୍ୟାଦି ଉପରେ ଅଭିଯୋଗ ହୋଇଥିଲା। ଏହି ଶିବିରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲା ଶ୍ରମ ଅଧିକାରୀ ଲୋକନାଥ ଦାସ, ଜିଲା ପ୍ରାଣୀ ଚିକିତ୍ସାଧିକାରୀ ହୃଷିକେଶ ବେହେରା, ଅତିରିକ୍ତ ଜିଲା କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର, ଜିଲା ଜଳ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜି ଦେବହରି ପ୍ରଧାନ, ଡ୍ରେନେଜ ବିଭାଗ ଏସଡିଓ ସମ୍ବିତ ଶିଆ, ଜିଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ର ଓ ମଧୁସ୍ମିତା ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର, କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିଦ୍ୟୁତ ବିଭାଗ ଏସଡିଓ ଭାଗିରଥି ପଣ୍ଡା, ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତି, ଯୋଗାଣ ନିରୀକ୍ଷକ ପ୍ରୀତେଶ କୁମାର ସାମଲ, ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା, ସ୍ୱାସ୍ଥ୍ୟକେନ୍ଦ୍ର ବିତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଜୀବିକା ମିଶନ ବିପିଏମ ରଶ୍ମିତା ନାୟକ, ଏପିଓ କାମିନୀଲତା ଓଝା, ସିଡିପିଓ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ବରିଷ୍ଠ ରାଜସ୍ୱ ଅଧିକାରୀ ନିତ୍ୟାନନ୍ଦ ନାୟକ, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିପିଇଓ ପ୍ଳାବନ ପଣ୍ଡା, ମଙ୍ଗଳ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ସେକ୍ସନ ଅଫିସର ରୁନାସୁନା, ବିଏଲସି ସ୍ନିଗ୍ଧା ନାୟକ, ବିପିସ କୌଶିକ ଗିରି, ଡିଇଓ ସେବାଶିଷ ମହାନ୍ତି, ସିପି ମୌସୁମୀ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.