Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୨ ଅଭିଯୋଗର ଶୁଣାଣି

ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୨ ଅଭିଯୋଗର ଶୁଣାଣି

24
module: h; hw-remosaic: 0; touch: (0.4006945, 0.4006945); modeInfo: ; sceneMode: Night; cct_value: 0; AI_Scene: (-1, -1); aec_lux: 240.65085; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ପଂଚାୟତ ସମିତି ସଭାଗୃହରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧୀକ୍ଷକ ମଡ଼କର ସନ୍ଦୀପ ସମ୍ପତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଂଜନ ବାରିକ ପ୍ରମୁଖ ଯୋଗ ଦେଇ ୯୨ଟି ଅଭିଯୋଗର ଶୁଣାଣି କରିଥିଲେ। ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ଖାଙ୍କି ନାଳ ଦୀର୍ଘଦିନ ହେବ ଅବରୋଧ ହେବା ସହିତ ସଂସ୍କାର ହୋଇ ପାରୁନାହିଁ। ଯାହାଫଳରେ ୬୦୦ଏକର ଜମି ଜଳସେଚିତ ହୋଇପାରୁନାହିଁ। ଏନେଇ ଅଭିଯୋଗ ଶୁଣାଣି ଶିବିରରେ ପ୍ରଭାତ କୁମାର ରାଉଳ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, କେଶବ ବେହେରା, ନିର୍ମଳ ବେହେରା, ନୃସିଂହ ପତି, ତପୁନୁ ପାଣି, ପ୍ରଫୁଲ୍ଲ ପାତ୍ର, ସରୋଜ କର, କୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖଙ୍କ ସହିତ ଶତାଧିକ ଗ୍ରାମବାସୀ ଜିଲାପାଳଙ୍କୁ ଅଭିଯୋଗ କରି ନାଳକୁ ଅବରୋଧ ମୁକ୍ତ ଓ ସଂସ୍କାର କରିବାକୁ ଦାବି କରିଥିଲେ। ଜିଲାପାଳ ଅଭିଯୋଗ ଶୁଣାଣି ପରେ କ୍ଷେତ୍ରୀୟ ତଦନ୍ତ କରି ଭଦ୍ରକ ସାଳନ୍ଦୀ ଡିଭିଜନ ଏସଡିଓ ରାଇକେନ ବେଶ୍ରାଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ସହିତ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ସରପଂଚ ଶୁଭ୍ରନାରାୟଣ ସେଠୀ ଉପସ୍ଥିତ ଥିଲେ। ଖପରାବାଙ୍କ ଠାରୁ ବ୍ରହ୍ମନଗର ପର୍ଯ୍ୟନ୍ତ ୨ବର୍ଷ ତଳେ ମନରେଗା ଯୋଜନାରେ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନ ମାନର କାର୍ଯ୍ୟ ପାଇଁ ଏବେ ବିପଦ ସଂକୁଳ ହୋଇପଡ଼ିଛି ବୋଲି ଅଭିଯୋଗ ଶୁଣାଣି ଶିବିରରେ କାନ୍ତକବି ମଣ୍ଡଳ ଭାଜପା ସଭାପତି ସରୋଜ କୁମାର ନାୟକ, ସମିତିସଭ୍ୟାଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ଶ୍ରୀକାନ୍ତ ସାମନ୍ତରାୟ, କ୍ଷୀରୋଦ ସାମନ୍ତରାୟ, ଉମାକାନ୍ତ ବଳ, ଅମର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏଥି ସହିତ ବର୍ଦ୍ଧିତ ଭତା, ରାଶନ କାର୍ଡ଼, ରାସ୍ତା ନିର୍ମାଣ, ନଳକୂପ ମରାମତି, ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଉପରେ ଅଭିଯୋଗ ହୋଇଥିଲା। ଶିବିରରେ ଜିଲା ଯୋଗାଣ ଅଧିକାରୀ ଲିଂଗରାଜ ବେହେରା, ଜିଲା ସମାଜ ମଂଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ଗ୍ରାମ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନ, ଡ୍ରେନେଜ ବିଭାଗ ଏସଡିଓ ସମ୍ବିତ କୁମାର ଶିଅଳ, ବ୍ଲକ ପ୍ରାଣି ଚିକିତ୍ସାଧିକାରୀ ନିରାକାର ଜେନା, ଭାରପ୍ରାପ୍ତ ସିଡିପିଓ ସବିତା ବେହେରା, ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ବିଇଓ ସୂର୍ଯ୍ୟଶିଖା ମହାନ୍ତି, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର ଓ ମଧୁସ୍ମିତା ବେହେରା, ଡବ୍ଲ୍ୟୁଓ ସୌମ୍ୟା ସୁଚରିତା ମହାନ୍ତି, କୃଷି ଅଧିକାରୀ ଅମର ସାହୁ, ଆର.ଡି. କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର, ଜୀବିକା ମିଶନ ବିପିଏ ରଶ୍ମିତା ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସେକ୍ସନ ଅଫିସର ରୁନା ସୁନା, ଜିପିଇଓ ପ୍ଳାବନ ପଣ୍ଡା, ଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ବିପିସି କୌଶିକ ଗିରି, ବିଏଲସି ସ୍ନିଗ୍ଧା ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲାଳପାଳ ୩ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ଓ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.