Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ୧୨୫ଟି ଅଭିଯୋଗ ଆଗତ

ତିହିଡ଼ି ବ୍ଲକରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ୧୨୫ଟି ଅଭିଯୋଗ ଆଗତ

9

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟର ନୀଳମଣି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଏସ୍‌.ପି. ବରୁଣ ଗୁଂଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୨୫ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥି ମଧ୍ୟରେ ୧୧୩ଟି ବ୍ୟକ୍ତିଗତ ଓ ୧୨ଟି ସାମୂହିକ ସମସ୍ୟା ଭିତିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ରେଡ଼କ୍ରସ୍ ସମ୍ବନ୍ଧୀୟ ୪ଜଣ ଆବେଦନକାରୀଙ୍କୁ ସମୁଦାୟ ୧୨୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ତିହିଡ଼ିର ରଜତକାନ୍ତ ଜେନାଙ୍କୁ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ୫ ହଜାର ଟଙ୍କା, ବିଦେଇପୁର, ତିହିଡ଼ିର ଶାନ୍ତିଲତା ଜେନାଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ୨ ହଜାର ଟଙ୍କ୍‌ା, ଖେରଙ୍ଗ, ତିହିଡ଼ିର ବିଜୟ ସୂତାରଙ୍କୁ ଚକ୍ଷୁ ଚିକିସା ପାଇଁ ୨ ହଜାର, ପୁଅର କ୍ୟାନ୍‌ସର ଚିକିତ୍ସା ପାଇଁ ତାରାଶୁଣି, ତିହିଡ଼ିର ଗୌରାଙ୍ଗ ଚରଣ ସାହୁଙ୍କୁ ୩ ହଜାର ଟଙ୍କା ସମୁଦାୟ ୧୨ ହଜାର ଟଙ୍କା ରେଡ଼କ୍ରସ୍ ପାଣ୍ଠିରୁ ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ ବେହେରା, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ତିହିଡ଼ି ବି.ଡ଼ି.ଓ ଜ୍ୟୋର୍ତିମୟ କର, ଡ଼େପୁଟୀ କଲେକ୍ଟର ତନ୍ମୟ କୁମାର ଜେନା ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ନଳକୂପ, ରେସନକାର୍ଡ଼,ଜମି ଚିହ୍ନଟକରଣ, ରାସ୍ତା ମରାମତି ଓ ନିର୍ମାଣ, ଜବରଦଖଲ ଉଚ୍ଛେଦ ଭଳି ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଜନ ଅଭିଯୋଗ ସବୁର ବିଧି ମୁତାବକ ଧାର୍ଯ୍ୟ ସମୟ ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶିବିରରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.