Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ, ଆଧୁନିକ ପ୍ରଣାଳିରେ ଚାଷ କରିବାକୁ କୃଷକଙ୍କୁ ତାଲିମ

ତିହିଡ଼ି ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ, ଆଧୁନିକ ପ୍ରଣାଳିରେ ଚାଷ କରିବାକୁ କୃଷକଙ୍କୁ ତାଲିମ

8
module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (-1, -1); aec_lux: 160.38725; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଦୌଲତପୁର ପଂଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର ଦୁର୍ଗାପଡ଼ିଆ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ପୌରୋହିତ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ନିରଂଜନ ବାରିକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ସମ୍ମାନିତ ଅତିଥି ଭାବେ ଭାରତୀୟ ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଡ. ରାଜଲକ୍ଷ୍ମୀ ବେହେରା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିଜୟଲକ୍ଷ୍ମୀ ମହନ୍ତ ଓ ଡ. ବିଜୟଲକ୍ଷ୍ମୀ ରାଉତ, ବରିଷ୍ଟ ଗବେଷିକା ଭାନୁମତୀ ଧିନ୍ଦା, ସରପଂଚ ପ୍ରଭାତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଧୁନିକ ପ୍ରଣାଳିରେ ଚାଷ କଲେ କୃଷକମାନେ ଅଧିକ ଫସଲ ଉତ୍ପାଦନ କରିପାରିବେ। କୃଷକମାନେ ଅଧିକ ଅମଳ କଲେ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି କହିଥିଲେ। ଏହି ଶିବିରରେ ଯୋଗଦେଇଥିବା ମହିଳା ଓ ପୁରୁଷ କୃଷକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ପ୍ରଶ୍ନ ଉତର ମାଧ୍ୟମରେ ଜଣାଇଥିଲେ। ବିଶେଷତଃ ସ୍ଥାନୀୟ ଅଂଚଳରେ କୃଷି ପାଇଁ ପାଣିର ସମସ୍ୟା ଥିବା ବେଳେ ମାଙ୍କଡ଼ ଓ ଷଣ୍ଢ ମାନଙ୍କ ପାଇଁ କୃଷିରେ ବାଧା ସୃଷ୍ଟି ହେଉଛି ବୋଲି କହିଥିଲେ। ଶିବିରରେ କୃଷି ବୈଜ୍ଞାନିକ ଓ ଗବେଷକମାନେ ଖରିଫ୍ ଚାଷ, ପନିପରିବା ଚାଷ, ମାଛ ଚାଷ, ଡାଲିଜାତୀୟ ଚାଷ, ଆଖୁ, ଅଦା, ପଶୁପାଳନ ଇତ୍ୟାଦି ଚାଷ ଉପରେ ତାଲିମ ଦେଇଥିଲେ। ଡିଟିଏମ ରଂଜିତ କୁମାର ସାହୁ, ଏଟିଏ ଅନୁରାଗ ନାୟକ, ଗିରିଜାଶଂକର ରାୟ ଚୌଧୁରୀ, ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ବିଜୟ କୁମାର ସିଂ ଓ ସତ୍ୟବ୍ରତ ନାୟକ, ମତ୍ସ୍ୟ ବିଭାଗ ଅଧିକାରୀ ସୁଚିତ୍ରା ବେହେରା ଓ ସଂଗୀତା ପତି, ଗ୍ରାମ୍ୟ କୃଷି କର୍ମଚାରୀ ତ୍ରିନାଥ ଭୋଇ, ସନ୍ତୋଷ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.