Home ଜିଲ୍ଲା ପରିକ୍ରମା ତିହିଡ଼ି ତହସିଲର ଦୁର୍ନୀତିକୁ ନେଇ ଜିଲାପାଳଙ୍କୁ ଭେଟିଲେ ଅଂଚଳବାସୀ, କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ...

ତିହିଡ଼ି ତହସିଲର ଦୁର୍ନୀତିକୁ ନେଇ ଜିଲାପାଳଙ୍କୁ ଭେଟିଲେ ଅଂଚଳବାସୀ, କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ଜିଲାପାଳ

10

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲରେ ହେଉଥିବା ଦୁର୍ନୀତିକୁ ନେଇ ଅଂଚଳବାସୀ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲାପାଳ ଦିଲୀପ ରାଉତରାଏ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବହୁବାର ଏ ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଂଚଳବାସୀ ସତ୍ୟବ୍ରତ କୁଣ୍ଡ, ତପନ ପଣ୍ଡା, ନିର୍ମଳ ଦଳେଇ, ଶ୍ରୀକାନ୍ତ ପଣ୍ଡା, କାହ୍ନୁ ବେହେରା, ସୁଜିତ୍ କୁମାର ପ୍ରଧାନ ପ୍ରମୁଖ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଜମାକାରୀ ବିଭାଗର କର୍ମଚାରୀ ରେକର୍ଡ଼ ହଜାଇ ଦେଉଛନ୍ତି। କୋର୍ଟ ଆଦେଶ ଥିଲେ ମଧ୍ୟ ରେକର୍ଡ଼ ଫଇସଲା ନହେବାରୁ ଆବେଦନକାରୀଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। କିଛି ରେକର୍ଡ଼ ଚିରା ଯିବା ଅବସ୍ଥାରେ ଡଷ୍ଟବିନ୍‌ରୁ ମିଳିବା କର୍ମଚାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜନ୍ମ ମୃତ୍ୟୁ ମିସ୍‌କେସ୍‌ର ପ୍ରମାଣପତ୍ର ଦେବାରେ ଲାଂଚ ନିଆଯାଉଛି ଇତ୍ୟାଦି। ତେବେ ଏହିସବୁ ଦୁର୍ନୀତି ସମ୍ପର୍କରେ ସେମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ। ଜିଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ସେମାନେ ପୁନର୍ବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.